ନିଲାମ ହେବ ମୋଦିଙ୍କୁ ମିଳିଥିବା ଉପହାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳୁଥିବା ଉପହାର ସବୁର ନିଲାମ କରାଯିବ । ଆସନ୍ତା ସେପ୍ଟେମ୍ବର ୧୪ରୁ ଏହି ନିଲାମ ଆରମ୍ଭ ହେବ ଏବଂ ଏଥିରୁ ମିଳିବାକୁ ଥିବା ଟଙ୍କା ନମାମି ଗଙ୍ଗେ ପ୍ରକଳ୍ପକୁ ଯିବ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ କହିଛନ୍ତି । ଗତ ୬ ମାସରେ ମିଳିଥିବା ମୋଟ ୨,୭୭୨ଟି ଉପହାର ଏକ ଇ-ପୋର୍ଟାଲ ଜରିଆରେ ନିଲାମ କରାଯିବ । ଆସନ୍ତା ଅକ୍ଟୋବର ୩ ତାରିଖରେ ଏହି ନିଲାମ ସରିବ । ଏଥିପାଇଁ ସର୍ବନିମ୍ନ ଦର ୨୦୦ ଟଙ୍କା ରଖାଯାଇଥିବାବେଳେ ସର୍ବାଧିକ ୨ ଲକ୍ଷ ଟଙ୍କା ରଖାଯାଇଛି । ଏହି ଉପହାରଗୁଡ଼ିକ ମଧ୍ୟରେ ଗଣେଶ, ହନୁମାନ, ଭୀମରାଓ ଆମ୍ବେଦକର, ଶିବାଜୀ ଓ ବିବେକାନନ୍ଦଙ୍କ ପ୍ରତିକୃତି ଏବଂ ୫୭୬ଟି ଶାଲ, ୯୬୪ଟି ଅଙ୍ଗବସ୍ତ୍ର, ୮୮ଟି ପଗଡ଼ି ଏବଂ ଅନ୍ୟ କିଛି ସାମଗ୍ରୀ ରହିଛି । ଏଥିମଧ୍ୟରେ ଏକ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁହଁ ଥିବା ଏକ ସିଲ୍କ ପ୍ରିଣ୍ଟ ରହିଛି । ଏହାର ବେସିକ୍ ମୂଲ୍ୟ ୨.୫ ଲକ୍ଷ ରଖାଯାଇଛି । ଚଳିତ ବର୍ଷ ଫେବୃଆରୀରେ ମୋଦିଙ୍କୁ ମିଳିଥିବା ୧,୮୦୦ ମେମେଣ୍ଟୋ ବିକ୍ରି କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ