ପାକିସ୍ତାନ ପାଇଁ ତଥ୍ୟ ସଂଗ୍ରହ କରୁଥିଲା, କାବୁ କଲେସୁରକ୍ଷାକର୍ମୀ

ଜୟପୁର: ରାଜସ୍ଥାନର ବାରମେରରୁ ଆଜି ସୁରକ୍ଷାକର୍ମୀ ଜଣେ ପାକିସ୍ତାନୀ ଗୁପ୍ତଚରକୁ ଗିରଫ କରିଛନ୍ତି । ଏହି ଗୁପ୍ତଚର ଜଣଙ୍କ ପାକିସ୍ତାନୀ ନାଗରିକ ହୋଇଥିବାବେଳେ ସେ ପାକିସ୍ତାନ ଆର୍ମି ସହାୟତାରେ ବାରମେର ସୀମାନ୍ତ ଦେଇ ଭାରତରେ ପ୍ରବେଶ କରିଥିଲା । ଏଠାରେ ମୁତୟନ ହୋଇଥିବା ଭାରତୀୟ ସେନା ଓ ବିଏସ୍ଏଫ୍ ଯବାନଙ୍କ ଗତିବିଧି ସମ୍ପର୍କରେ ସୂଚନା ଦେବାକୁ ପାକିସ୍ତାନ ଉକ୍ତ ଗୁପ୍ତଚରକୁ ଭାରତ ପଠାଇଥିଲା ।
ଏହି ଗୁପ୍ତଚର ଜଣଙ୍କ ନାଁ କିଶୋର ଏବଂ ତାକୁ ଅଧିକ ପଚରାଉଚରା ପାଇଁ ଜୟପୁରକୁ ନିଆଯାଇଛି । ସୀମାନ୍ତରେ ଲାଗିଥିବା ବ୍ୟାରିକେଡ୍ରେ ଆଣ୍ଠେଇ ଆଣ୍ଠେଇ କିଶୋର ଭାରତରେ ପ୍ରବେଶ କରିଥିଲା । ତେବେ ପ୍ରଥମେ ଗାଁ ଲୋକମାନେ ତା’ର ଗତିବିଧି ଉପରେ ସନ୍ଦେହ କରି ତାକୁ ଅଟକ ରଖିଥିଲେ । ସୁରକ୍ଷାକର୍ମୀମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କିଶୋରକୁ ନିଜ ହେପାଜତକୁ ଆଣିଥିଲେ । ଜେରା ବେଳେ କିଶୋର ପାକିସ୍ତାନରେ ଥିବା ତା’ର ଜଣେ ସମ୍ପର୍କୀୟ ମାମୁର କହିବା ଅନୁସାରେ ଭାରତରେ ପ୍ରବେଶ କରିଥିବା ସ୍ୱୀକାର କରିଛି । ପ୍ରଥମେ କିଶୋର ଟ୍ରେନ୍ ଯୋଗେ ଖୋଖାରପରକୁ ଆସିଥିଲା । ସେଠାରୁ ପାକିସ୍ତାନ ସେନା ତା’କୁ ସୀମା ପାର କରାଇବାରେ ସହଯାଗ କରିଥିଲେ । ଘଞ୍ଚ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଆଖିରୁ ବର୍ତ୍ତିବା ପାଇଁ କିଶୋର ସବୁଜ ରଙ୍ଗର ପୋଷାକ ପିନ୍ଧିଥିଲା । କିଶୋର ଭାରତୀୟ ସୁରକ୍ଷାକର୍ମୀଙ୍କ ସମ୍ପର୍କରେ ସୂଚନା ଦେବା ପରେ ପାକିସ୍ତାନ ସେନା ଓ ଆତଙ୍କବାଦୀ ଭାରତରେ ପ୍ରବେଶ ପାଇଁ ତଦନୁଯାୟୀ ଯୋଜନା କରିଥାଆନ୍ତେ ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ