ବ୍ରହ୍ମପୁର ଡ୍ରେନେଜ୍ ଡିଭିଜନରେ ମହାଦୁର୍ନୀତି : କାହ୍ନୁ ପତି

ବ୍ରହ୍ମପୁର(ଓ୍ବାଇଏନ୍ଏସ୍) :ସାଧାରଣ ବର୍ଷାରେ ବେହାଲ ହେଉଛି ବ୍ରହ୍ମପୁର ସହର । ସଠିକ ଭାବେ ବର୍ଷା ଜଳ ନିସ୍କାସନ ହୋଇପାରୁନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ସହରବାସୀ । ବିଶେଷ କରି ସହର ତଳି ଅଂଚଳ ଗୁଡିକର ଦୃଶ୍ୟ ନକହିବା ଭଲ । ଅଳ୍ପ ବର୍ଷିଲେ ଅର୍ଥାତ ବେଙ୍ଗ ପରିଶ୍ରା କଲେ ସୃଷ୍ଟି ହେଉଛି କୁତ୍ରିମ ବନ୍ୟା । ଏଭଳି ପରିସ୍ଥିତିରେ ସହର ଏବଂ ସହର ଉପକଣ୍ଠରେ ଥିବା ଲୋକଙ୍କ ମନରେ ଅସନ୍ତୋଷ ଦେଖଦେଉଥିବା ବେଳେ ଭୟର ବାତାବରଣ ମଧ୍ୟ ସୃଷ୍ଟି ହେଉଛି । ବହୁବାର ଦାବି ଏବଂ ଜନ ଆନ୍ଦୋଳନ ଏନେଇ ହୋଇଥିଲେ ମଧ୍ୟ ପ୍ରଶାସନ ଏବଂ ଡ୍ରେନେଜ ଡିଭିଜନ ଏପ୍ରତି ଖାମଖିଆଲ୍ ନିତୀ ଅବଲମ୍ବନ କରି ବସି ରହିଥିବା ଜଣାପଡିଛି । ସହର ଏବଂ ସହରତଳି ଅଂଚଳ ଗୁଡିକରେ ଦିର୍ଘ ବର୍ଷ ଧରୀ ଡ୍ରେନେଜ ସମସ୍ୟା ଲାଗୀ ରହିଥିବା ବେଳେ ଏପ୍ରତି ହେୟ ଜ୍ଞାନ କରି ବସି ରହିଛି ବ୍ରହ୍ମପୁର ଡ୍ରେନେଜ ଡିଭିଜନ । ବର୍ଷା ଜଳକୁ ସଠିକ ଭାବେ ନିସ୍କାସନ ସହ ଲୋକେ ଯେଉଁଭଳି କୁତ୍ରିମ ବନ୍ୟା ବା ଜଳବନ୍ଧୀ ପ୍ର୍ରଭାବରୁ ରକ୍ଷା ପାଇବେ ସେନେଇ କୋଟି କୋଟି ଟଙ୍କା ଡ୍ରେନେଜ ଡିଭିଜନକୁ ଆସୁଛି । କିନ୍ତୁ ଉକ୍ତ ଟଙ୍କା କେଉଁଠି ବ୍ୟବହାର ଉପଯୋଗୀ କରାଯାଉଛି ତାହା ସ୍ୱଂୟ ଭଗବାନଙ୍କୁ ହିଁ ଜଣା । ବ୍ରହ୍ମପୁର ସହରବାସୀଙ୍କ ଏହି ଦୁଖଃକୁ ଦୂର କରିବା ଲାଗୀ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ କ୍ରମେ ବ୍ରହ୍ମପୁର ଠାରେ ଡ୍ରେନେଜ୍ ଡିଭିଜନ ଖୋଲାଯାଇଥିଲେ ମଧ୍ୟ ତାହା ଲୋକଙ୍କ ହିତରେ ଆସିବା ପରିବର୍ତେ ଦୁର୍ନୀତିର ଗନ୍ତାଘର ପାଲଟିଥିବା ଗଞ୍ଜାମ ବିଜେପିର ବରିଷ୍ଠ ନେତା କାହ୍ନୁ ଚରଣ ପତି ଅଭିଯୋଗ କରିଛନ୍ତି । ବ୍ରହ୍ମପୁର ଡ୍ରେନେଜ ଡିଭିଜନକୁ ଆସୁଥିବା ଅନୁଦାନ ଶାସକ ଦଳର ହାତପାଣ୍ଠି ଭଳି ବ୍ୟବହାର ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ଆସିଛି । ପ୍ରକାଶ ଥାଉକି ବିଭିନ୍ନ ତଥ୍ୟ ସମ୍ବଳୀତ ବିଜେପି ତରଫରୁ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କୁ ଏନେଇ ଲିଖିତ ଆକାରରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏହାର କୌଣସି ସଠିକ ତଦନ୍ତ ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ । ଯେଉଁଥିପାଇଁ ବ୍ରହ୍ମପୁର ଉପକଣ୍ଠରେ ଥିବା ବାହାନା ନାଳ ଓ ସାପୁଆ ନାଳର କାର୍ଯ୍ୟ ଅତି ନିମ୍ନ ମାନର ହୋଇଥିବା ଯୋଗୁଁ ବିଭିନ୍ନ ସମୟରେ କାନ୍ଥ ଭୁଷୁଡିବା ସହିତ ନାଳ ଗୁଡିକ ବ୍ୟବହାର ଉପଯୋଗୀ ହେଉନାହିଁ , ବର୍ଷା ଜଳ ନିସ୍କାସନରେ ବାଧା ସୃଷ୍ଟି ହେଉଛି । ଉକ୍ତ ଡିଭିଜନ ଅଧିନରେ ଥିବା ବ୍ଳକ ଗୁଡିକର ନାଳର ଅବସ୍ଥା ମଧ୍ୟ ଅତି ଶୋଚନୀୟ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ଡ୍ରେନେଜ୍ ଡିଭିଜନ୍ କୁ ଆସିଥିବା ଟଙ୍କା ଶାସକ ଦଳର ଜଳଖିଆ ଖର୍ଚ୍ଚ ତୁଲେଇବା ପାଇଁ ଉଦ୍ଧିଷ୍ଠ ବୋଲି ଜନସାଧାରଣରେ ଚର୍ଚ୍ଛା ହେଉଛି । ଏଣୁ ଭାଜପା ଦାବି କରୁଛି କି ଯଦି ୧୫ ଦିନ ମଧ୍ୟରେ ରାଜ୍ୟ ସରକାର ଉକ୍ତ ଡିଭିଜନ କୁ ଆସିଥିବା ବିଗତ ୭ ବର୍ଷର ଅନୁଦାନ ରାଶୀକୁ ଅନୁସନ୍ଧାନ କରି ଟଙ୍କା ହଡପ କରିଥିବା ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ  ଏବଂ ଭିଜିଲାନ୍ସ ଏସପିଙ୍କ ପାଖରେ ଦାବି କରାଯାଇଥିବା ଦୁର୍ନୀତିର ତଦନ୍ତ କରି ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଦେଖାକରି ଏ ବିଷୟରେ ଅବଗତ କରାଇ ପ୍ରତ୍ୟକ୍ଷ ହସ୍ତକ୍ଷେପ ଲୋଡିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ