ସକ୍ରିୟ ମାମଲା ଆହୁରି ହ୍ରାସ, ଏବେ ମୋଟ ମାମଲାର ପ୍ରାୟ ୧୧ %

ନୂଆଦିଲ୍ଲୀ: ଭାରତରେ କରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା କ୍ରମେ ବୃଦ୍ଧି ପାଉଥିବା ବେଳେ ସକ୍ରିୟ ମାମଲାର ହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଫଳରେ ସଂକ୍ରମଣ ମାମଲା ଦୁଇଗୁଣ ହେବା ସମୟ ମଧ୍ୟ ବୃଦ୍ଧି ପାଇଛି । ଏହା ଏବେ ପ୍ରାୟ ୭୩ ଦିନ (୭୨.୮ ଦିନ) । ଏହା ସୂଚାଉଛି ଯେ ଦୈନିକ ସଂକ୍ରମଣ ହ୍ରାସ ପାଇଛି ଏବଂ ମୋଟ ମାମଲା ଦୁଇ ଗୁଣ ହେବାର ସମୟ ବୃଦ୍ଧି ପାଇଛି । ଅଗଷ୍ଟ ମଧ୍ୟ ଭାଗରେ ଭାରତରେ ସଂକ୍ରମଣ ମାମଲା ଦୁଇଗୁଣ ହେବାର ସମୟ ୨୫.୫ ଦିନ ଥିବା ବେଳେ ଏବେ ଏହା ୭୩ ଦିନ ହୋଇଛି । କରୋନା ମୁକାବିଲାରେ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ରଣ କୌଶଳକୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଗୁଡ଼ିକ ଅନୁସରଣ କରୁଥିବାରୁ ଏହା ସମ୍ଭବ ହୋଇପାରିଛି । ଦେଶବ୍ୟାପୀ ତ୍ୱରିତ ଟେଷ୍ଟିଂ, ନିରୀକ୍ଷଣ ଏବଂ ଟ୍ରାକିଂ, ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି ଏବଂ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଚିକିତ୍ସା ପ୍ରଣାଳୀ ଆପଣାଇବା ଫଳରେ ଏପରି ସଫଳତା ମିଳିପାରିଛି । ଏଥିସହ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ିରେ ଥିବା ସ୍ୱାସ୍ଥ୍ୟ କର୍ମୀ ଏବଂ ଅନ୍ୟ ସମସ୍ତ କୋଭିଡ-୧୯ ଯୋଦ୍ଧା ମାନଙ୍କ ନିଃସ୍ୱାର୍ଥପର ସେବା ମନୋଭାବ ଯୋଗୁ ଏହା ମଧ୍ୟ ସମ୍ଭବ ହୋଇପାରିଛି । କୋଭିଡ ମୁକାବିଲା ନେଇ ଦେଶବ୍ୟାପୀ ସଚେତନତା ବୃଦ୍ଧି ହୋଇଥିବାରୁ ଏହା ସଂକ୍ରମଣ ରୋକିପାରିଛି ଏବଂ ଠିକ୍ ସମୟରେ ଆକ୍ରାନ୍ତଙ୍କ ଚିକିତ୍ସା ହୋଇପାରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୧,୫୧୪ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ମୋଟ ସୁସ୍ଥଙ୍କ ସଂଖ୍ୟା ୬୪ ଲକ୍ଷ (୬୩,୮୩,୪୪୧) ହୋଇଛି । ପ୍ରତିଦିନ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜାତୀୟ ସୁସ୍ଥ ହାର ଏବେ ୮୭% କୁ ଅତିକ୍ରମ କରି ୮୭.୩୬% ହୋଇପାରିଛି । ନୂଆ ସୁସ୍ଥଙ୍କ ମଧ୍ୟରୁ ୭୯%  ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି । ଗୋଟି ଦିନରେ ମହାରାଷ୍ଟ୍ରରୁ ୧୯ ହଜାରରୁ ଅଧିକ ସୁସ୍ଥ ହୋଇଥିବା ବେଳେ କର୍ଣ୍ଣାଟକରେ ୮ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି । ଏବେ ସକ୍ରିୟ ମାମଲା ମୋଟ ମାମଲାର ୧୧.୧୨% ରହିଛି, ଯାହାକି ୮,୧୨,୩୯୦ । କ୍ରମାଗତ ଏକ ସପ୍ତାହ ଧରି ଏହା ୯ ଲକ୍ଷ ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୭,୭୦୮ ଟି ପଜିଟିଭ୍ ମାମଲା ହୋଇଛି । ଏଥିରୁ ୭୭% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରୁ ଆସିଛି । ମହାରାଷ୍ଟ୍ରରୁ ସର୍ବାଧିକ ୧୦ ହଜାରରୁ ଅଧିକ ମାମଲା ଆସିଥିବା ବେଳେ କର୍ଣ୍ଣାଟକରୁ ଆସିଛି ୯ ହଜାରରୁ ଅଧିକ । ଗତ ୨୪ ଘଣ୍ଟା ମଧ୍ୟରେ ୬୮୦ ଜଣଙ୍କ ମୃତ୍ୟୁ ହୋଇଛି । କ୍ରମାଗତ ଦ୍ୱାଦଶ ଦିନରେ ମୃତ୍ୟୁ ସଂଖ୍ୟା ୧ ହଜାରରୁ କମ୍ ରହିଛି । ଏଥିରୁ ୮୦% ୧୦ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।
କେବଳ ମହାରାଷ୍ଟ୍ରରୁ ୨୩ % ମୃତ୍ୟୁ ମାମଲା ( ୧୫୮ ମୃତ୍ୟୁ) ଆସିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ