ବନ୍ୟାରେ ଘର ଭାଙ୍ଗିଥିବା ପରିବାରକୁ ବୈଜୟନ୍ତ ପଣ୍ଡାଙ୍କ ସହାୟତା ପ୍ରଦାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଗ୍ରାମର ବନ୍ୟାରେ ଘର ଭାଙ୍ଗିଥିବା ପରିବାରଙ୍କୁ ସହାୟତାର ହାତ ବଢାଇଛନ୍ତି ପୂର୍ବତନ ସାସଂଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଗତ ବନ୍ୟାରେ କ୍ଷତିଗ୍ରସ୍ଥ ହୋଇଥିବା ଦଳିତ ମହିଳା ସନ୍ଧ୍ୟାରାଣୀ ମଳିକ ଓ ଦାମୋଦରପାଟଣାର ଦିଲ୍ଲିପ ମଳିକଙ୍କ ଘରର କାନ୍ଥ ସଂପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଥିଲା । ସରକାରୀ ସ୍ତରରେ ରାଜସ୍ୱ ନିରୀକ୍ଷକ ତଦନ୍ତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ କୈାଣସି ସରକାରୀ ସହାୟତା ମିଳିପାରିନାହିଁ । ପୂର୍ବତନ ସାସଂଦଙ୍କ ପରାମର୍ଶ କ୍ରମେ ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା,ବିଧାନସଭା ସ୍ତରୀୟ ନେତା ସୁନାକର ବେହେରା,ମଣ୍ଡଳ ସଭାପତି ଦିଲ୍ଲିପ କୁମାର ବିଶ୍ୱାଳ ପ୍ରମୁଖ ସେମାନଙ୍କ ଘରେ ପହଁଚି ପାଲ ପ୍ରଦାନ କରିଥିଲେ ।


