କୁକୁଡାଖଣ୍ଡିରେ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ
କୁକୁଡାଖଣ୍ଡି , (ଯୁଗାବ୍ଦ ନ୍ୟୁଜ) : ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷଣ ସାମଗ୍ରୀ ମେଳା ସ୍ଥାନୀୟ କୁକୁଡାଖଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କୁମୁଦୁନୀ ପାଣିଗ୍ରାହୀ ଦୀପ ପ୍ରଜଳ୍ୱନ କରାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସ୍ଥାନୀୟ ସିଆରସିସି ଶ୍ରୀ ହରିକୃଷ୍ଣା ଗୌଡ ଟିଏଲଏମ ମେଳାରେ କାର୍ଯ୍ୟ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ କୁକୁଡାଖଣ୍ଡି ବ୍ଲକର ୧୦ଟି ବିଦ୍ୟାଳୟରୁ ୨୦ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଟିଏଲଏମ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହେଯାଗୀ ଶିକ୍ଷକ ଭାବେ ସନ୍ତୋଷ କୁମାର ବେହେରା , ଅଶୋକ ଦଳେଇ, ଦିପ୍ତୀ ରାଣୀ ଦାଶ, ସ୍ୱର୍ଣ୍ଣପ୍ରଭା ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।


