ସଂଜୀବନୀ ସାଧନା ଓ ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଓ ବ୍ରହ୍ମପୁର ନୀଳାଦ୍ରୀ ବିହାରସ୍ଥିତ ଗାୟତ୍ରୀ ଖଣ୍ଡପୀଠ ଆନୁକୂଲ୍ୟରେ ସଂଜୀବନୀ ସାଧନା ଓ ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ , ପ୍ରଜ୍ଞାପୁରାଣ କଥା ପ୍ରବଚନର ଶୁଭାରମ୍ଭ ଓ ଭୂମିପୂଜନ ମହୋତ୍ସବ ତୁଳସୀନଗର ୭ମ ଲାଇନସ୍ଥିତ ଯଜ୍ଞଶାଳାରେ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ମାଧ୍ୟମରେ ସଂପୁର୍ଣ୍ଣ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଗାୟତ୍ରୀ ମନ୍ତ୍ର ପାଠ, ହରିଦ୍ୱାର ଶାନ୍ତିକୁଞ୍ଜରୁ ଆସିଥିବା ସଂଗୀତଜ୍ଞ ଶ୍ରୀ ରବିନ୍ଦ୍ରନାଥ ଓ ତାଙ୍କ ସହେଯାଗୀଙ୍କ ଦ୍ୱାରା ଯୁଗ ସଂଗୀତ ପରିବେଶଣ କରାଯିବା ସହିତ କର୍ମକାଣ୍ଡ ବିସାରଦ ଶ୍ରୀ ଯୟନ୍ତ ମିଶ୍ରଙ୍କ ଦ୍ୱାରା ଯଜ୍ଞ ସଂଚାଳନ କରାଯାଇଥିଲା । ଏହି ଅବସରରେ ପୂର୍ବତନ କର୍ପୋରେଟର ଆର. ମୁରଲୀ ମୋହନ ଯୋଗଦେଇ କହିଥିଲେ ଯେ, ଯଜ୍ଞ କାର୍ଯ୍ୟଗୁଡିକ କୌଣସି ବ୍ୟକ୍ତିଗତ କାର୍ଯ୍ୟ ନୁହେଁ । ଏହା ସଂସାରର କଲ୍ୟାଣ ନିମନ୍ତେ ଉପେଯାଗୀ । ତେଣୁ ସମସ୍ତ ଅଞ୍ଚଳବାସୀ ଏପରି କାର୍ଯରେ ସହେଯାଗ କରିବା ଉଚିତ । ଏହି କାର୍ଯ୍ୟକ୍ରମରେ ସୁଜାତା ପଟ୍ଟନାୟକ, ସବିତା ସାହୁ, ପ୍ରତିମା ମିଶ୍ର, ଜୟ କିଶୋର ପଣ୍ଡା, କିଶୋର ପଣ୍ଡା ପ୍ରମୁଖ ସହେଯାଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ