ହରିହରାନନ୍ଦ ଧ୍ୟାନ ମନ୍ଦିରର ୧୦ ମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନାଉଗାଁ : ନାଉଗାଁ ବ୍ଳକ ଅନ୍ତର୍ଗତ ହରିହରାନନ୍ଦ ଧ୍ୟାନ ମନ୍ଦିର ନାଉଗାଁର ୧୦ମ ବାର୍ଷିକ ଉତ୍ସବ ସୋମବାର ଧ୍ୟାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗୋଠଦା ମଠାଧୀଶ ମହନ୍ତ ଚିନ୍ତାମଣୀ ପର୍ବତ ଗୋସ୍ୱାମୀଙ୍କ ପୈାରହିତ୍ୟରେ ଆୟୋଜିତ ସନ୍ଥ ସମ୍ମିଳନୀରେ ହରିହରାନନ୍ଦ ଗୁରୁକୁଳମ ବାଲିଘାଇ ପୁରୀର ଆନ୍ତର୍ଜାତିକ କ୍ରିୟା ଯୋଗୀ ପରମହଂସ ପ୍ରଜ୍ଞାନନ୍ଦ ମହାରାଜ,ସମର୍ପଣା ନନ୍ଦଜୀ,ଗୁରୁକୃପା କୁଟୀରର ବାବା ସତ୍ୟାନନ୍ଦ ଦାସ ମହାରାଜ,ଅଲଣାହାଟ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶାରଦା ପ୍ରସାଦ ମିଶ୍ର ଯୋଗ ଦେଇ ଗୁରୁ ବିନା ତିଷ୍ଠି ରହିବା ଅସମ୍ଭବ । ଗୁରୁ ଶିଷ୍ୟଙ୍କ ସଂପର୍କ ପବିତ୍ର । ଗୁରୁଙ୍କ ବାଣୀ ଶିଷ୍ୟଙ୍କ ପାଇଁ ଅମୃତମୟ,ଆମ ଶରୀର ପ୍ରତିଟି ଅବୟବ କୁ ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ କଲେ ମାନବ ଜୀବନ ଧନ୍ୟ ଓ ଗୁରୁକୃପା ଲାଭ କରିବାରେ ପଥ ଉନ୍ମୁକ୍ତ ହେବ ବୋଲି ଉପସ୍ଥିତ ସନ୍ଥମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଶ୍ରମର ଶ୍ରଦ୍ଧାଳୁମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ