ନବଦୁର୍ଗା ପୂଜନ ମା’ ବ୍ରହ୍ମଚାରିଣୀ

ବିପିନ ବିହାରୀ ମହାନ୍ତି
ବିପିନ ବିହାରୀ ମହାନ୍ତି

ମାତା ଦୁର୍ଗାଙ୍କର ଦ୍ୱିତୀୟ ରୂପ ହେଉଛିି ବ୍ରହ୍ମଚାରିଣୀ । ବ୍ରହ୍ମା ଶବ୍ଦର ଅର୍ଥ ହେଉଛି ତପସ୍ୟା । ଏଣୁ ଯିଏ ତପ ଆଚରଣ କରନ୍ତି, ସେ ତପସ୍ୱିନୀ ବା ବ୍ରହ୍ମଚାରିଣୀ । କୁହାଯାଏ : ବେଦସ୍ତତ୍ୱଂ ତପୋ ବ୍ରହ୍ମା – ବେଦ ତତ୍ତ୍ୱ ଏବଂ ତପ ବ୍ରହ୍ମାଶବ୍ଦର ଅର୍ଥ ଅଟେ । ଏହି ରୂପରେ ଦେବୀ ଜ୍ୟୋତିମୟୀ । ଏହାଙ୍କ ଦକ୍ଷିଣହସ୍ତରେ ଜପାମାଳା ଏବଂ ବାମ ହସ୍ତରେ କମଣ୍ଡଳୁ ଥାଏ ।
ଦୁର୍ଗା ତାଙ୍କ ପୂର୍ବ ଜନ୍ମରେ ଶୈଳପୁତ୍ରୀ ଥିଲେ । ସେତେବେଳେ ସେ ନାରଦଙ୍କ ପରାମର୍ଶ କ୍ରମେ ଭଗବାନ ଶିବଙ୍କୁ ପତିରୂପେ ପାଇବାରେ କଠିନ ତପସ୍ୟା କରିଥିଲେ । ସେ ଦୁଷ୍ମର ତପ କାରଣରୁ ତାଙ୍କୁ ତପଚାରିଣୀ ବା ବ୍ରହ୍ମଚାରିଣୀ କୁହାଯାଏ । ଏ ତପସ୍ୟାରେ ଏକ ହଜାର ବର୍ଷ ସେ ‘ଳମୂଳ, ଏକ ଶତବର୍ଷ କାଳ ଶାକାହାରୀ ରୂପେ ସମୟ ବଢ଼ାଇଥିଲେ । କିଛିଦିନ ସଂପୂର୍ଣ୍ଣ କଠିନ ଉପବାସ ବି ଖୋଲା ଆକାଶତଳେ ଖରାରେ, ବର୍ଷାରେ, ଶୀତ ଓ କାକରେ କଟାଇଥିଲେ । ସେତିକି ନୁହେଁ ତିନିହଜାର ବର୍ଷ ଯାଏ କେବଳ ବେଲପତ୍ର ଖାଇ ସ୍ରାଷ୍ଟାଙ୍ଗ ବ୍ରତ ଅବଲମ୍ବନ କରିଥିଲେ । ଏହାପରେ ବେଲପତ୍ର ଭୋଜନ ଛାଡ଼ିଦେଇ ନିର୍ଜଳ ଓ … ନିରାହାର ତପସ୍ୟା କଲେ । ‘ପର୍ଣ୍ଣ’ କହିଲେ ଖାଦ୍ୟ । ଏଣୁ ଖାଦ୍ୟ ଛାଡ଼ି ଦେବାରୁ ତାଙ୍କୁ ମ୍ମ ଅପର୍ଣ୍ଣା ନାମରେ ଅଭିହିତ କରାଗଲା ।
ହଜାର ହଜାର ବର୍ଷ ବିନା ଖାଦ୍ୟରେ ତପସ୍ୟା ‘ଳରେ ଶୁଖିଶୁଖି କୁଶପରି ହୋଇଗଲେ । ଏହାଦେଖି ତାଙ୍କ ମାତା ମେନା ଦୁଃଖରେ ତାଙ୍କୁ ତପସ୍ୟକୁ ବିରତ କରିବାପାଇଁ ଉଚ୍ଚ ସ୍ୱରରେ ‘ଭୂ, ମା’ ଉମା । ଏକ ଭିନ୍ନ ନାମ ଦୁର୍ଗାଙ୍କର ଉତ୍ପତି ହେଲା ।
ତାଙ୍କର ଏ ତପସ୍ୟାରେ ତିନିଲୋକ : ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ହାହାକାର ପଡ଼ିଗଲା । ଦେବତା, ଋଷି, ସିଦ୍ଧମୁନିଗଣ ଏôପାଇଁ ତାଙ୍କ ପୁଷ୍ପାନ୍ନଷ୍ଟିକଲେ ଏବଂ ସିଦ୍ଧି ଲାଭପାଇଁ ସହାୟତା ଦେଲେ, ଶେଷର ଭଗବାନ ବ୍ରହ୍ମା ତାଙ୍କୁ କେହିବି ଏମିତି କଠିନ ତପସ୍ୟା କରିନଥିଲେ । ଏହା କେବଳ ତୁମ୍ଭେ ସମ୍ଭବ କଲ…. । ଏବେ ତପସ୍ୟାରୁ ବିରତ ହୁଅ । ତୁବେ ଶିବଙ୍କୁ ପତିରୂପେ ପାଇଛ ।
ଏହା ହେଉଛି ମା’ ଦୁର୍ଗାଙ୍କର ଦ୍ୱିତୀୟ ରୂପ । ଏହିରୂପରେ ତାଙ୍କୁ ପୂଜାକଲେ ଭକ୍ତର ସିଦ୍ଧ ଲାଭ ହୁଏ । ଏହାଦ୍ୱାରା ଉପାସକର ତପ, ତ୍ୟାଗ, ବୈରାଗ୍ୟ, ସଦାଚାର ଓ ସଂଯମର ବୃଦ୍ଧିଘଯେ । ଜୀବନରେ କଠିନ ସଂଘର୍ଷକାଳରେ ବି ସେ କର୍ତ୍ତବ୍ୟ – ପଥ ଓ କର୍ତ୍ତବ୍ୟ କର୍ମ କି ଧର୍ମରୁ ବିଚ୍ୟୁତ ହୁଏ ନାହିଁ । ସର୍ବତ୍ର ତା’ର ସିଦ୍ଧି ଲାଭ ହୁଏ ଏବଂ ସେ ବିନୟୀ ହୁଏ । ଦୁର୍ଗା ପୂଜାର ଦ୍ୱିତୀୟ ବାସରେ ଏହି ରୂପରେ ଦେବୀଙ୍କୁ ପୂଜା ଓ ଆରାଧନା କରାଯାଏ । ଏହି ଚକ୍ରରେ ଅବସିତ ଯୋଗୀର ମନ, ତାକୁ ଦେବୀଙ୍କ କୃପା ତାଙ୍କ ପ୍ରତି ଭକ୍ତି ପ୍ରାପ୍ତ କରେ ।
ଦଧାନା କରପଦ ମାଭ୍ୟାମ କ୍ଷମାଲାକମଣ୍ଡଳୁ ।
ଦେବୀପ୍ରସୀଦତୁମୟି ବ୍ରହ୍ମାଚାରିଣ୍ୟନୁତମା ।ା

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ