ଷ୍ଟୋକ୍ସଙ୍କ ଶତକରେ ମୁମ୍ବାଇ ଧରାଶାୟୀ

ନୂଆଦିଲ୍ଲୀ:  ଚଳିତ ଆଇପିଏଲ୍‌ର ରାତି ମ୍ୟାଚ୍‌ରେ ବେନ୍ ‌ଷ୍ଟୋକ୍ସଙ୍କ ବିସ୍ଫୋରକ ଶତକରେ ରାଜସ୍ଥାନ ରୟାଲ୍ସ ମଧ୍ୟ ୮ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ମୁମ୍ବାଇ ୧୯୫ ରନ୍‌ର ଲଢ଼ୁଆ ସ୍କୋର୍‌ କରିଥିଲା । ତେବେ ବେନ୍ ଷ୍ଟୋକ୍ସଙ୍କୁ ୫୯ ବଲ୍ ଶତକ ଏବଂ ସଂଜୁ ସାମସନଙ୍କ ୨୭ ବର୍ଷ ଅର୍ଧଶତକ ବଳରେ ରାଜସ୍ଥାନ ରୟାଲ୍ସ ୧୦ ବଲ୍ ପୂର୍ବରୁ ୮ ୱିକେଟ୍‌ରେ ସହଜ ବିଜୟ ହାସଲ କରି ନେଇଥିଲା । ‌ଷ୍ଟୋକ୍ସ ୬୦ ବଲରୁ ୧୦୭* ଏବଂ ସଂଜୁ ୩୧ ବଲରୁ ୫୪* ରନ୍ କରି ମ୍ୟାଚ୍‌ ଶେଷ କରିଥିଲେ । ଉଭୟ ଅଭିଭାଜିତ ତୃତୀୟ ୱିକେଟ ପାଇଁ ୧୫୨* ରନ୍ ଯୋଡ଼ି କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟକୁ ମାମୁଲି ସାବ୍ୟସ୍ତ କରି ଦେଇଥିଲେ। ମୁମ୍ବାଇ ଏକାଦଶ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ସହ ଶୀର୍ଷରେ ଅତୁଟ ରହିଛି। ରାଜସ୍ଥାନ କିନ୍ତୁ ଦ୍ବାଦଶ ମ୍ୟାଚ୍‌ରୁ ପଞ୍ଚମ ବିଜୟ ସହ ପଞ୍ଚମକୁ ଉଠିଛି। ବେନ୍‌ ଷ୍ଟୋକ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ପୂର୍ବରୁ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ପୁଣି ଥରେ କିରଣ ପୋଲାର୍ଡ ମୁମ୍ବାଇର ନେତୃତ୍ବ ନେଇଥିଲେ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେବା ପରେ କ୍ବିଣ୍ଟନ୍ ଡି’କକ୍‌ (୬) କୁ ଜୋଫ୍ରା ଆର୍ଚର ପ୍ରଥମ ଓଭରରେ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ଏହି ସମୟରେ ଈଶାନ କିଷନ ଏବଂ ସୂର୍ଯ୍ୟକୁମାର ଯାଦବ ଦ୍ବିତୀୟ ୱିକେଟ୍ ଭାଗୀଦାରି‌ରେ ୮୩ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ତେବେ ୧୧ ରନ୍ ଭିତରେ ଈଶାନ, ସୂର୍ଯ୍ୟକୁମାର ଏବଂ କିରଣ ପୋଲାର୍ଡ ଆଉଟ୍ ହେବାରୁ ମୁମ୍ବାଇ ବଡ଼ ସ୍କୋର୍‌ ଛିଡ଼ା କରିବା ଆଶଙ୍କା ଦେଖା ଦେଇଥିଲା। ସୌରଭ ତିୱାରୀ (୩୪, ୨୫ ବଲ) ଏବଂ ହାର୍ଦିକ ପାଣ୍ଡ୍ୟା (୬୦*, ୨୧ ବଲ) ବିସ୍ଫୋରକ ବ୍ୟାଟିଂ କରିବାରୁ ମୁମ୍ବାଇ ୧୯୫ ରନ୍‌ର ଲଢ଼ୁଆ ସ୍କୋରରେ ପହଞ୍ଚିଯାଇଥିଲା। ୧୮ତମ ଓଭରରେ ଅଙ୍କିତ ରାଜପୁତ ଏବଂ ୨୦ତମ ଓଭରରେ କାର୍ତିକ ତ୍ୟାଗୀଙ୍କୁ ବଡ଼ ବଡ଼ ଛକା ମାରି ହାର୍ଦିକ ୨୭ ରନ୍ ଲେଖାଏଁ ‌ଆଦାୟ କରିବା ଅପ୍ରତ୍ୟାଶିତ ଭାବେ ମୁମ୍ବାଇକୁ ବଡ଼ ସ୍କୋର୍‌ ଦେଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ