ଦୁଇ ବର୍ଷ ଭାତ ଖାଇ ନଥିଲେ

ଭୁବନେଶ୍ୱର : ଗ୍ଲାମର୍ ଅବା ଫିଲ୍ମ ଦୁନିଆରେ ପାଦ ଦେବା ଏତେ ସହଜ ନୁହେଁ । ଏଥିପାଇଁ ଜଣେ କଳାକାରଙ୍କର ଭଲ ଅଭିନୟ ଦକ୍ଷତା ଥିବା ନିହାତି ଜରୁରୀ । ତେବେ ଅନେକ ସମୟରେ କେବଳ ଅଭିନୟ ଦକ୍ଷତା ବି କାମ କରି ନଥାଏ । ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଆକଷର୍ଣୀୟ ଲୁକ୍ ମଧ୍ୟ ଦରକାର ହାଇଥାଏ । ଆଉ ଏହି କଥାକୁ ବାଧହୁଏ ବେଶ୍ ଭଲ ଭାବେ ଜାଣିଥିଲେ “ପ୍ରେମ ତାର ନଟି ନଟି’ର ନାୟକ ଦେବବ୍ରତ ପ୍ରଧାନ । ସେଥିପାଇଁ ଏହି ଫିଲ୍ମରେ ହିରୋ ହେବା ପାଇଁ ସେ ଦୁଇ ବର୍ଷ ଭାତ ଖାଇ ନଥିଲେ ।
“ପ୍ରେମ ତାର ନଟି ନଟି’ ହେଉଛି ଦେବବ୍ରତଙ୍କ ଡେବ୍ୟୁ ଫିଲ୍ମ । ବଡ଼ ପରଦାରେ କାମ କରିବାକୁ ସେ ୧୦ ବର୍ଷ ଧରି ସ୍ୱପ୍ନ ଦେଖିଥିଲେ । ଶେଷରେ “ପ୍ରେମ ତାର ନଟି ନଟି’ ମାଧ୍ୟମରେ ତାଙ୍କ ସ୍ୱପ୍ନ ପୂରଣ ହାଇଥିଲା । ତେବେ ଫିଲ୍ମ ଦୁନିଆରେ ପାଦ ଦେବା ପୂର୍ବରୁ ଦେବ୍ ଖୁବ୍ ପତଳା ଥିଲେ । ତେଣୁ ସେ ତାଙ୍କ ଫିଜିକ୍ ଉପରେ ଗୁରୁତ୍ୱ ଦେଇଥିଲେ । ଏକ ଆକର୍ଷଣୀୟ ଫିଜିକ୍ ପାଇଁ ସେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ସହ ଜିମ୍ ଗଲେ ।
ଦେବ୍ଙ୍କ କହିବା ଅନୁଯାୟୀ ମଝିରେ ତାଙ୍କ ସ୍ୱାସ୍ଥ୍ୟ ଏତେ ମସ୍କ୍ୟୁଲାର ହୋଇଗଲା ଯେ ସେ ହିରୋ ପରିବର୍ତ୍ତେ ଗୁଣ୍ଡା ବା ବଡିଗାର୍ଡ ପରି ଲାଗୁଥିଲେ । କିନ୍ତୁ “ପ୍ରେମ ତାର ନଟି ନଟି’ରେ ତାଙ୍କୁ ରୋମାଣ୍ଟିକ୍ ଲୁକ୍ ଆବଶ୍ୟକ ଥିଲା । ତେଣୁ ଓଜନ ହ୍ରାସ କରି ଟିକେ ପତଳା ଦେଖାଯିବା ପାଇଁ ସେ ଭାତ ଖାଇବା ବନ୍ଦ କରି ଦେଇଥିଲା । ଭାତ ବ୍ୟତୀତ ସେ ଅନ୍ୟ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଖାଉଥିଲେ । ପ୍ରାୟ ଦୁଇ ବର୍ଷ ସେ ଭାତ ଖାଇ ନଥିଲେ ।
ସୂଚନା ଅନୁଯାୟୀ, “ପ୍ରେମ ତାର ନଟି ନିଟି’ ଫିଲ୍ମରେ ଦେବବ୍ରତଙ୍କ ସହ ଅଭିନେତ୍ରୀ ତମନ୍ନାଙ୍କୁ ଲିଡ୍ରେ ଦେଖିବାକୁ ମିଳିଥିଲା । ଫିଲ୍ମଟି ଗତ ଅଗଷ୍ଟ ୮ ତାରିଖରେ ରିଲିଜ୍ ହାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ