“ଶକୁନ୍ତଳା ଦେବୀ’ଙ୍କ ବାୟୋପିକରେ ବିଦ୍ୟା
ମୁମ୍ବାଇ: ଫିଲ୍ମ “ମିଶନ ମଙ୍ଗଲ’ରେ ନିଜର ଦମ୍ଦାର ଅଭିନୟ ପାଇଁ ପ୍ରଶଂସିତ ହୋଇଥିବା ଡାର୍ଟି ଗର୍ଲ ଏବେ ତାଙ୍କ ଅପ୍ କମିଂ ଫିଲ୍ମ ଲାଗି ପ୍ରସ୍ତୁତି ଚଳାଇଛନ୍ତି । ଅନୁ ମେନନଙ୍କ ନିର୍ଦ୍ଦେଶିତ ଫିଲ୍ମ “ଶକୁନ୍ତଳା ଦେବୀ’ରେ ବିଦ୍ୟା ବାଲାନ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ଫାଷ୍ଟ ଲୁକ୍ ପୋଷ୍ଟରକୁ ଜାରି କରାଯାଇଛି । ଏଥିରେ ସେ ବହୁତ ଆତ୍ମବିଶ୍ୱାସୀ ଦେଖାଯାଉଛନ୍ତି । ଫଟୋରେ ବିଦ୍ୟାଙ୍କୁ ତାଙ୍କ ଛାଟ କେଶ ସହ ଶାଢ଼ୀରେ ଦେଖିବାକୁ ମିଳିଛି । ଏହା ତାଙ୍କୁ ଗ୍ଲାମରସ୍ ଲୁକ ଦେଇଛି । ସୂଚନାଯୋଗ୍ୟ, ଏହି ଫିଲ୍ମ ହ୍ୟୁମନ କମ୍ପ୍ୟୁଟର ଓ ମେଣ୍ଟାଲ କାଲକୁଲେଟର ଭାବେ ସାରା ବିଶ୍ୱରେ ଜଣାଶୁଣା ଥିବା ଶକୁନ୍ତଳା ଦେବୀଙ୍କ ଜୀବନ ଉପରେ ଆଧାରିତ ହାଇଛି । ଏହି ଫିଲ୍ମରେ ବିଦ୍ୟା ଜଣେ ଗଣିତ ବିଶେଷଜ୍ଞ ଭାବେ ନଜର ଆସିବେ । ଏହି ଚରିତ୍ର ପାଇଁ ସେ ବହୁ ଉତ୍ତ୍ସାହିତ ଥିବା ବେଳେ ଫିଲ୍ମକୁ ସାଇନ କରିବା ପରେ ୪ ମାସ ସମୟ ନେଇଥିଲେ । କାରଣ ଶକୁନ୍ତଳା ଚରିତ୍ରକୁ ଭଲ ଭାବେ ବୁଝି ଏହାକୁ ଠିକ୍ ଭାବେ ଦର୍ଶକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରଚେଷ୍ଟା କରିଛନ୍ତି ବିଦ୍ୟା । ସୋମବାର ଲଣ୍ଡନରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇଛି ।


