ସ୍ୱାତୀ ଅନୁଷ୍ଠାନ ତରଫରୁ ଅସହାୟ ଲୋକଙ୍କ ନିମନ୍ତେ ଅଭିନବ ଉପାୟରେ ଦଶହରା ପାଳନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): ସମ୍ପ୍ରତି କୋରୋନା ପାଇଁ ଅନେକ ବ୍ୟକ୍ତି ନିଜର ରୋଜଗାର ହରାଇବା ସହିତ କର୍ମସ୍ଥଳୀରୁ ଆସି ନିଜ ଘରେ ଅଛନ୍ତି। ଏପରିକି ଅନେକ ବ୍ୟକ୍ତି ଯେଉଁମାନେ ଦୈନିକ ରୋଜଗାର କଲେ ସେମାନଙ୍କ ଘରେ ଚୁଲି ଜଳେ ସେମାନେ ମଧ୍ୟ କୌଣସି ପ୍ରକାରର କାମଧନ୍ଦା ନପାଇ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଖାଇବା ନିମନ୍ତେ ସଂଘର୍ଷ କରୁଛନ୍ତି। ଏପରି ସ୍ଥଳେ ପାର୍ବଣୠତୁରେ ସେହିଭଳି କିଛି ଅସହାୟ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ସେମାନଙ୍କ ମୁହଁରେ ହସ ଫୁଟେଇବାର ପ୍ରୟାସ କରିଛି କନ୍ଧମାଳ ଜିଲ୍ଲାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ। ଅନୁଷ୍ଠାନ ତରଫରୁ ଫିରିଙ୍ଗିଆ ବ୍ଲକର ରତଙ୍ଗ ଓ କେଳାପଡା ପଂଚାୟତର ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ରୋଷେଇ ସାମଗ୍ରୀ ବଣ୍ଟନ କରାଯାଇଛି। ଏହିଭଳି ପ୍ରୟାସକୁ ଅଞ୍ଚଳବାସୀ ବେଶ୍‍ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହିଭଳି ଲୋକାଭିମୁଖି କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ମଧ୍ୟ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦିଆଯାଇଛି। ଅନୁଷ୍ଠାନର କର୍ମକର୍ତା ପ୍ରଭାତ ନାୟକ, ସୀତା ରଣା, ସର୍ବେଶ୍ୱର ସାହୁ ଓ ଅନ୍ୟମାନେ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ