କଳିଙ୍ଗିଆ ଘାଟି ପୁଣି ଅର୍ଣ୍ଣବ ବାତ୍ୟା ପ୍ରଭାବରେ ଭୂଷ୍ଖଳନର ଶିକାର: ବର୍ଷରେ ତିନିଥର ଭାଙ୍ଗିଲା ଘାଟି

କନ୍ଧମାଳ(ଓ୍ବାଇଏନଏସ): କନ୍ଧମାଳ ଜିଲ୍ଲାର ଐତିହାସିକ ପ୍ରସିଦ୍ଧ କଳିଙ୍ଗିଆ ଘାଟି ପୁଣି ଥରେ ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ଭୂଷ୍କଳନର ଶିକାର ହୋଇଛି! ଘଟଣା ସ୍ଥଳରେ କନ୍ଧମାଳ ଜିଲ୍ଲା ପାଳ ଶ୍ରୀ ବେଦ ଭୂଷଣ, ଉପଜିଲ୍ଲାପାଳ ଭିକାରି ସାହୁ, ଅତିରିକ୍ତ ଜିଲ୍ଲା ପାଳ କୁଶଳ ନାୟକ ଭକ୍ତ ବନ୍ଧୁ ଯନାର୍ଦନ ଦଳେଇ ପହଂଚି ପରିସ୍ଥତି ଅନୁଧ୍ୟାନ କରିଛନ୍ତି! ଗଛପଡି ରାସ୍ତା ଅବରୋଧ ହଟାଇବାକୁ ଓଡ୍ରାଫ ଟିମ କୁ ଜିଲ୍ଲା ପାଳ ତତ୍କାଳ ହଟାଇବାକୁ ନିର୍ଦେଶ ଦେଇଥିଲେ! ଗତ ସେପ୍ଟେମ୍ବର ୨୫ରେ ଭୂଷ୍କ ଳନ ହୋଇଥିଲା ଫଳରେ ଦୁଇ ମାସ ଧରି ରାସ୍ତା ଠପ ହୋଇଥିଲା! ପାହାଡ଼ରୁ ପୁଣି ବଡ ପଥର ଖସି ଆସି ରାସ୍ତାରେ ପଡିଛି! ଗତ ୨୦୨୫ ସେପ୍ଟେମ୍ବର ୨୪ ରେ ପ୍ରଥମ ଭୂଷ୍କଳନ ହୋଇଥିଲା! ଲକ୍ଷଲକ୍ଷ ଟଙ୍କା ରେ ପୁନର୍ବାର ମରାମତି ହୋଇଥିଲା! ତିନି ତିନି ଥର ଭୂଷ୍କଲନରେ ତିନିଥର ବଡ଼ ବଡ଼ ପଥର ଖସିଛି! ଗତ ସେପ୍ଟେମ୍ବର ମାସରୁ ମରାମତି ଚାଲିଛି! ଦୁଇଜିଲ୍ଲାର ପ୍ରଶାସନ ଅଧିକାରୀ, ବୁଦ୍ଧିଜୀବୀ, ଆଇନଜୀବୀ,ସମାଜ ସେବୀ, ଜଙ୍ଗଲ ବିଭାଗ ତତ୍ପରତା ପ୍ରକାଶ କରି ସମସ୍ୟା ସମାଧାନର ଉଦ୍ୟମ କରିଥିଲେ କିନ୍ତୁ ଘାଟି ମରାମତି ପ୍ରଶାସନିକ ପଦକ୍ଷେପ ଓ ତତ୍ପରତା ର କାମ ନୁହେଁ ବରଂ ଟେକନିକାଲ ପର୍ସନ ଓ ଜ୍ଞାନ କୌଶଳ ସହ ଉନ୍ନତ ମାନର କାମର ଆବଶ୍ୟଜତା ରହିଛି! ହୁଏତ ନିମ୍ନ ମାନର କାମ ହେଉଛି କିମ୍ବା ଟେକ୍ନିକାଲ ଜ୍ଞାନ କୌଶଳର ଅଭାବ ଦେଉଛି! ଯାହାବି ହେଉ ଅର୍ଥ ଶ୍ରାଦ୍ଧ ହେଉଛି! ଦୀର୍ଘ ଏକବର୍ଷ ଧରି ଦୁର୍ଗା ପ୍ରସାଦ ଗ୍ରାମ ର ବ୍ୟବସାୟ ଠପ ହୋଇଛି! ଲୋକେ ୬0 କିମି ଚକାପାଦ ରାସ୍ତା ଦେଇ ଭାୟା ବଦଳା ଓ ଗାଲେରି ପରେ ଦୁର୍ଗା ପ୍ରସାଦ କୁ ବାହାରିବାକୁ ପଡୁଛି! ଫଳରେ ଯାତ୍ରୀ ଙ୍କ ଧନ ହାନି ସହ ସମୟ ନଷ୍ଟ ହେଉଛି ବୋଲି ସମାଜ ସେବୀ ଅମନ ନାୟକ ଓ କ୍ଷିପ୍ର ନ୍ୟାୟିକ ମଞ୍ଚର ପ୍ରତିଷ୍ଠାତା ସଦସ୍ୟ ଏମ ଡି ଜିଆଉଦ୍ଦିନ କହିଛନ୍ତି! ୧୨ କିମି ଦୂର ବର୍ତ୍ତୀ ଆବିସ୍କୃତ ହୋଇଥିବା ଫରେଷ୍ଟ ରୋଡ଼ ହିଁ ଏକ ଭବିଷ୍ୟତ ବିକଳ୍ପ! ଅର୍ଥ ମଂଜୁର ହୋଇ ରାସ୍ତା କାମ ହେଲେ ଲୋକେ ଏହି ସମସ୍ୟାରୁ ମୁକ୍ତି ପାଇବେ ଵୋଲି କ୍ଷିପ୍ର ନାୟିକ ମଞ୍ଚ ର ସଭାପତି ସନ୍ତୋଷ କୁମାର ଡିଗଲ ମତବ୍ୟକ୍ତ କରିଛନ୍ତି! ଗତ ମାସ ୨୭ ରେ ପରିବହନ ମନ୍ତ୍ରୀ ବିଭୁତିଭୂଷଣ ଜେନା ଘାଟି କାମ ସମୀକ୍ଷା କରିବା ବେଳେ ଟେକନିକାଲ ପର୍ସନ ମାନେ ଘାଟି ଉପରେ ଏକ ୱାଟର ରେଜେରଭିଅର ଥିବା ଏବଂ ସେହିଜଳାଶୟର ପାଣି ଉଛୁଳି ଘାଟି ରାସ୍ତାକୁ ଧୋଇ ଦେଉଛି! ସେହି ଜଳାଶୟର ପାଣିକୁ ଘାଟିର ବିପରୀତ ଦିଗରେ ଛାଡିଲେ ଘାଟି ଉପରକୁ ପାଣି ଆସିପାରନ୍ତା ନାହିଁ ବୋଲି ପରିବେଶ ବିତ ସମୀର ପାଢ଼ୀ ଓ ଅରୁଣ କୁମାର ଷଢଙ୍ଘୀ ସମାଜ ସେବୀ କହିଛନ୍ତି! କଳିଙ୍ଗିଆ ଘାଟି ଓଡିଶା ଓ ଆନ୍ଧ୍ର ପ୍ରଦେଶ କୁ ସଂଯୋଗ କରୁଛି! ଦାରିଙ୍ଗବାଡି ସରୋଡା ରାସ୍ତା, ଗୁଟିଙ୍ଗିଆ ସାରଙ୍ଗଡ଼ ଟିକାବାଲି ରାସ୍ତା ବ୍ରିଜ ଭାଙ୍ଗିଯିବାରୁ ରାସ୍ତା ବନ୍ଦ ରହିଁଛି! ଦାରିଙ୍ଗବାଡି ବାଡ଼ି ର ସୁନ୍ଦର ପାଙ୍କା ରେ ଗଛ ପଡି ରାସ୍ତା ଅବରୋଧ ହୋଇଛି! ରାଇକିଆରେ ରାସ୍ତା ଭୂଷ୍କ ଳନ ଯୋଗୁଁ ରାସ୍ତା ବନ୍ଦ ହୋଇଛି!

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ