ବରିଷ୍ଠ ଶିକ୍ଷକ ନେତାଙ୍କ ଦ୍ବାଦଶାହ ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳୀ ସଭା

ଛତ୍ରପୁର,(ଦେବଦତ୍ତ ମହାରଣା):ଗଂଜାମ ଜିଲାର ଅନ୍ୟତମ ବରିଷ୍ଠ ଶିକ୍ଷକ ତଥା ଓଷ୍ଟା-ଗଂଜାମର ବରିଷ୍ଠ ସଦସ୍ୟ, ନରେନ୍ଦ୍ରପୁର ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ସ୍ବର୍ଗତ ଲମ୍ବୋଦର ପାଣିଗ୍ରାହୀଙ୍କ ଦ୍ବାଦଶାହ ରେ ଏକ ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳୀ ସଭା ନରେନ୍ଦ୍ରପୁର ସ୍ଥିତ ତାଙ୍କ ବାସଭବନ ଠାରେ ଆୟୋଜନ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ମାନ୍ୟବର ବିଧାୟକ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ସ୍ବର୍ଗତ ଶିକ୍ଷକ ପାଣିଗ୍ରାହୀଙ୍କ ସହ ତାଙ୍କର ସଂପର୍କ ଓ ଶିକ୍ଷା ଦାନ କାର୍ଯ୍ୟଶୈଳୀଉପରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଓଷ୍ଟା-ଗଂଜାମର ପୂର୍ବତନ ସଂପାଦକ କାମରାଜୁ ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ସିଟି କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ କମ୍ବୁପାଣି ସାହୁ,ଓଷ୍ଟା-ଗଂଜାମର ସଂପାଦକ ବିଜୟ କୁମାର ବେହେରା, ଓଷ୍ଟା କାର୍ଯ୍ୟକାରୀ କମିଟି ସଭ୍ୟ ଅଶୋକ କୁମାର ଦଳାଇ, ପୂର୍ବତନ ସହକର୍ମୀ କିଶୋର କୁମାର ସାହୁ,କୋରା ମହାରଣା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମାକାନ୍ତ ପାଣିଗ୍ରାହୀ, ନୀଳାମ୍ବର ପଟ୍ଟନାୟକ, ଭିମରାଜୁ ରେଡି,ପ୍ରତାପ ସିଂହ ଶତପଥୀ,ଭାଗିରଥି ରେଡି,କନିଷ୍ଠ ଭ୍ରାତା ମଦନ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଶିକ୍ଷକ ପାଣିଗ୍ରାହୀଙ୍କ ଗୁଣାବଳୀ ବର୍ଣ୍ଣନା କରି ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ