ଅକ୍ଷୟ ପିନ୍ଧିଲେ ପ୍ରେମ ଓ ସମାନତାର ବିନ୍ଦି

ନୂଆଦିଲ୍ଲୀ: ଖିଲାଡି ଅକ୍ଷୟ କୁମାର ନିଜ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍‌’ର ନାମ ପରିବର୍ତ୍ତନ କରି ‘ଲକ୍ଷ୍ମୀ’ ରଖିବା ପରଠାରୁ ଲଗାତାର ଚର୍ଚ୍ଚାରେ ରହିଆସିଛନ୍ତି। ଆସନ୍ତାକାଲି (ସୋମବାର) ତାଙ୍କର ଏହି ଚଳଚ୍ଚିତ୍ର ଓଟିଟି ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିବାକୁ ଯ‌ାଉଛି। ଏଥିପାଇଁ ଅକ୍ଷୟ ଏବେ ଚଳଚ୍ଚିତ୍ରର ପ୍ରମୋସନରେ ଲାଗିଛନ୍ତି। ଏବେ ସେ ଚଳଚ୍ଚିତ୍ରର ପ୍ରମୋସନରୁ ଆଗକୁ ବଢ଼ି ଇନ୍‌ଷ୍ଟାଗ୍ରାମ୍‌ର ଏକ ଫିଲ୍‌ଟର ଲଞ୍ଚ କରିଛନ୍ତି। ଏହି ଫିଲ୍‌ଟର୍ ଦ୍ବାରା ଆପଣ ଆପଣଙ୍କ ଫଟୋରେ ଏକ ବଡ଼ ଲାଲ୍‌ ବିନ୍ଦି ଲଗାଇପାରିବେ। ଅକ୍ଷୟ କୁମାର ନିଜର ହିଁ ଏକ ଫଟୋରେ ବଡ଼ ଲାଲ୍‌ ବିନ୍ଦିଟିଏ ଲଗାଇ ଏହି ଫିଲ୍‌ଟ୍‌ର୍‌ ବିଷୟରେ ଘୋଷଣା କରିଛନ୍ତି । ଅକ୍ଷୟ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଏକ କଳାଧଳା ଫଟୋରେ ବଡ଼ ଲାଲ୍‌ ବିନ୍ଦିଟିଏ ମଥାରେ ଲଗାଇ ଫଟୋ ସେୟାର କରିବା ସହ ଏଥିରେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ମୁଁ ତ’ ଲଗେଇସାରିଛି ପ୍ରେମ ଓ ସମାନତାର ଲାଲ୍‌ ବିନ୍ଦି। ତୃତୀୟ ଲିଙ୍ଗର ବ୍ୟକ୍ତିମାନଙ୍କ ପାଇଁ ପ୍ରେମ ଓ ସମାନତାର ପ୍ରତୀକ ସ୍ବରୂପ। ଏବେ ଆପଣମାନଙ୍କ ପାଳି। ଫିଲ୍‌ଟର୍‌ ବ୍ୟବହାର କରି ନିଜ ମଥାରେ ବି ଏହି ସମାନତାର ବିନ୍ଦି ଲଗାନ୍ତୁ। ଅକ୍ଷୟ ନିଜର ଏହି ପୋଷ୍ଟରେ ଲେଖିଛନ୍ତି, ଏହି ଫିଲ୍‌ଟର୍‌ର ଲିଙ୍କ୍‌ ବାୟୋରେ ଦିଆଯାଇଛି। ଆପଣ ଚାହିଁଲେ ଏହାର ବ୍ୟବହାର କରିପାରିବେ। ଅକ୍ଷୟ କୁମାରଙ୍କ ଏହି ପୋଷ୍ଟ୍‌ର କିଛି ସମୟ ପରେ ୧୬ ଲକ୍ଷରୁ ଊର୍ଧ୍ବ ଲୋକ ଏହାକୁ ଲାଇକ୍‌ ଓ ସେୟାର କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ