ପଓ୍ବନ କଲ୍ୟାଣଙ୍କୁ ଭେଟିଲେ ପାରଳାଖେମୁଣ୍ଡି ବିଧାୟକ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଆଜି ଜନସେନା ଅଧୀନେତା ଶ୍ରୀ ପଓ୍ବନ କଲ୍ୟାଣଙ୍କୁ ପାରଳାଖେମୁଣ୍ଡି ବିଧାୟକ ତଥା ଗଜପତି ଜିଲ୍ଲା ବିଜେପି ସଭାପତି ଶ୍ରୀ କେ. ନାରାୟଣ ରାଓ ଏବଂ ଚିତ୍ରି ସିମହଦ୍ରି କାଶୀନାଗର ବ୍ଲକ ଚେୟାରମ୍ୟାନ୍, ପଓ୍ବନ କଲ୍ୟାଣଙ୍କୁ ହାଇଦ୍ରାବାଦ ସ୍ତିତ ଜନସେନା କାର୍ଯ୍ୟାଳୟ ରେ ଭେଟିଥିଲେ । ଓଡିଶା – ଆନ୍ଧ୍ରା ସୀମାବର୍ତ୍ତୀ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଉଭୟ ନେତା ଆଲୋଚନା କରିଥିଲେ । ଶ୍ରୀ. କେ ନାରାୟଣ ରାଓ ଙ୍କ ଅନୁରୋଧ କ୍ରମେ ଜନ ସେନା ଅଧୀନେତା ଶ୍ରୀ ପଓ୍ବନ କଲ୍ୟାଣ ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲା ଗସ୍ତରେ ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।


