ଦୀପାବଳୀରେ ଡାଙ୍ଗ ଦେଖାବେଳେ ଅଗ୍ନିକାଣ୍ଡ ୫ବଖରା ଭସ୍ମ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ କୁଡୁତାଇର କପିଳପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି ପାଞ୍ଚ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଦୀପାବଳୀରେ ପୂର୍ବପୁରୁଷଙ୍କ ଉଦ୍ଧେଶ୍ୟରେ ଚଉରାମୂଳେ ଡାଙ୍ଗଦେଖା କାର୍ଯ୍ୟକ୍ରମ ହୋଇଥିଲା । ଜଳନ୍ତା ଡାଙ୍ଗକୁ ତୁଳସୀ ଚଉରାମୂଳେ ପକାଇ ଦେଇ ଘରଭିତରକୁ ଯିବାପରେ ସେଠାରୁ ନିଆଁ ଉଠି ଘରର ଚାଳକୁ ଧରିଦେଇଥିଲା । ଚାହୁଁ ଚାହୁଁ ଏହା ପଡୋଶୀ ଘରକୁ ବ୍ୟାପି ଥିଲା ଖବରପାଇ ବେଲଗୁଣ୍ଠା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ । ସେତେବେଳକୁ ଗାଁର ପାଞ୍ଚ ପରିବାରର ପାଞ୍ଚଟି ବଖରା ପୋଡି ପାଉଁଶ ହୋଇଯାଇଥିଲା । ବିଭିନ୍ନ ଗୃହ ଉପକରଣ ଜଳିଯିବା ସହ ସେମାନେ ସର୍ବଶାନ୍ତ ହୋଇଯାଇଛନ୍ତି । ଆଲୋକର ପର୍ଵ ଦୀପାବଳୀରେ ସାମାନ୍ୟ ଅସାବଧାନତା ଯୋଗୁଁ ସଂପୂର୍ଣ୍ଣ ଅନ୍ଧକାରମୟ ପାଲଟିଗଲା । ଏହିପରିବାର ଗୁଡିକୁ ସରକାରଙ୍କ ପକ୍କଘର ମିଳିନଥିବା ବେଳେ ଏବେ କଚ୍ଚାଘର ଗୁଡିକ ଜଳିଯାଇଛି । ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ