ଦେବଗୁରୁ ଗ୍ରହରାଜ ବୃହଷ୍ପତି ଦେବେ କରୋନାରୁ ଆଶ୍ୱସ୍ତି
କରୋନାକୁ ବିନାଶିବେ ଗ୍ରହରାଜ ବୃହଷ୍ପତି
– ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ –
କରୋନା ରୁ ମିଳିବ ଆଶ୍ୱସ୍ତି
ରାଜ୍ୟ ଓ ଦେଶର ଆର୍ଥିକ ବୋଝ ବଢ଼ିବ ।
ପ୍ରାକୃତିକ ଦୃବିପାକ ନିୟନ୍ତ୍ରଣରେ ରହିବ ।
ଦରବୃଦ୍ଧି ହେବ ଅଣାଆୟତ ।
ବୈଦେଶିକ ରାଷ୍ଟ୍ର ସହଯୋଗର ହାତ ବଢ଼ାଇବେ ।
ପ୍ରତି ୧୩ ମାସ ଅନ୍ତରରେ ଦେବଗୁରୁ ଗ୍ରହରାଜ ବୃହଷ୍ପତିଙ୍କ ଚଳନ ଏକ ମହାଜାତଗତିକ ପରିବର୍ତନ । ଚଳିତ ବର୍ଷ ୨୦୨୦ମସିହା ନଭେମ୍ବର ୨୦ତାରିଖରେ ବୃହଷ୍ପତି ଧନୁ ରାଶିରୁ, ଉତରାଷାଢା ନକ୍ଷତ୍ର ମକର ରାଶିକୁ ଚଳନ ହୋଇ ୨୦୨୧ମସିହା ଡିସେମ୍ବର ମାସ ପର୍ଯ୍ୟନ୍ତ ରହିବେ । ଏହା ଏକ ବିରଳ ମହାଜାତଗତିକ ଚଳନ ଅଟେ । ଫଳରେ ସାରାବିଶ୍ୱ ଜିବଜଗତ ସହିତ ଦେଶ, ବିଦେଶ ଓ ରାଜ୍ୟରେ ବହୁ ପରିବର୍ତନ ଘଟିବ । ଯେମିତିକି ଓଡ଼ିଶା ଓ ଭାରତର ରାଶି କର୍କଟ, ଶୁଭ ସପ୍ତମ ସ୍ଥାନରେ ବୃହଷ୍ପତି ଅବସ୍ଥାନ କରିବେ ଫଳତଃ ପ୍ରାକୃତିକ ଦୁର୍ବିପାକ ବୃଦ୍ଧି ପାଇବ ମାତ୍ର ପରିସ୍ଥିତି ନିୟନ୍ତ୍ରଣରେ ରହିବ ଏବଂ କରୋନା ଭଳି ମହାମାରି ସହିତ ପ୍ରତ୍ୟେକ କ୍ଷେତ୍ରରେ ଉର୍ନ୍ନତି ପରିଲିକ୍ଷିତ ହେବ ।
ଭାରତ ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଷୃଷ୍ଟି କରିବାରେ ସଫଳ ହେବ, ବୈଦେଶିକ ରାଷ୍ଟ୍ର ଭାରତ ଆଡ଼କୁ ସହାୟତାର ହାତ ବଢ଼ାଇବେ ତଥାପି କିଛି ରାଷ୍ଟ୍ରମୁଖିଆଙ୍କ ଛଳନାର ଶିକାର ହେବାକୁ ପଡିବ । ଏସବୁ ସତ୍ୱେ ଦେଶର ମୁଖିଆ ପ୍ରଶଂସା ଭାଜନ ହେବା ସଂଗେ ସଂଗେ ବୈଦେଶିକ ବ୍ୟାପାରରେ ସୁ-ସମ୍ପର୍କ ବୃଦ୍ଧି କରିବାରେ ସଫଳ ହେବେ । ରାଜ୍ୟ ତଥା ଦେଶର ଆର୍ଥିକ ବୋଝ ବଢିବା ଫଳରେ ସରକାର ବ୍ୟତିବ୍ୟସ୍ତ ହୋଇଯିବେ, ଯାହାକୁ ନେଇ ସରକାର ନୂତନ ଋଣ କରିପାରନ୍ତି । ପ୍ରଶାସନିକ ସ୍ତରରେ ସମସ୍ତ ବିଭାଗ ନିୟନ୍ତ୍ରଣରେ ରହିବ । ଭଲ ଫସଲ ହେବ ମୂଖ୍ୟତଃ ରବି ଜାତୀୟ ଫସଲ ଭଲ ହେଲେ ମଧ୍ୟ ବଜାରରେ ଅତ୍ୟାବଶ୍ୟକ ଦ୍ରବ୍ୟର ଦରବୃଦ୍ଧି ରହିବ । ସରକାରଙ୍କ ନିୟନ୍ତ୍ରଣରେ ଦରବୃଦ୍ଧି ରହିପାରିବ ନାହିଁ । କୃଷିଋଣ ଓ ଗୋଷ୍ଠୀ ଋଣ ସଫଳ ହେବ ତାହା ସହିତ କର୍ମନିଯୁକ୍ତି ବୃଦ୍ଧିହେବ ।
ଦ୍ୱାଦଶ ରାଶିରେ ଗ୍ରହରାଜ ବୃହଷ୍ପତି କେଉଁ ଅନୁପାତରେ ଫଳପ୍ରଦାନ କରିବେ ସେ ସମ୍ପର୍କରେ ଏକ ସଂକ୍ଷିପ୍ତ ଆଲେଖ୍ୟ –
ମେଷ-(୧୦ମ ବୃହଷ୍ପତି)- ଦଶମ ସ୍ଥାନସ୍ଥ ବୃହଷ୍ପତି ମାନବକୁ ସ୍ଥାନେ ସ୍ଥାନେ କଳହର ସୁତ୍ରପାତ କରାଇ ବିଶ୍ୱାସ ଘାତକତାର ବାତାବରଣ ମଧ୍ୟରେ ସ୍ଥାନଚ୍ୟୁତ ସହିତ ସ୍ୱାସ୍ଥ୍ୟହାନୀ ଓ ଧନହାନୀ କରାଇଥାନ୍ତି ।
ବୃଷ- (୯ମ ବୃହଷ୍ପତି)- ନବମ ସ୍ଥାନସ୍ଥ ବୃହଷ୍ପତି (ସୁତାର୍ଥ ଲାଭଂ ନବମେଷୁ) ବ୍ୟକ୍ତିକୁ ପୁତ୍ର ଲାଭ, ବହୁ ଦିଗରୁ ମାନ ସମ୍ମାନ ଲାଭ ଏବଂ ଧନ ଲାଭ କରାଇବା ସହିତ ନୂତନ କର୍ମକ୍ଷେତ୍ର ସୃଷ୍ଟି କରାଇବା ଓ କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରାଇବାର ସୁଯୋଗ ଦେଇଥାନ୍ତି ।
ମିଥୁନ-(୮ମ ବୃହଷ୍ପତି)- ଅଷ୍ଟମସ୍ଥ ବୃହଷ୍ପତି ଅବଶ୍ୟ ଆଧ୍ୟାତ୍ମିକ ଭାବନା ଧାର୍ମିକ ଚେତନାର ଅଭିବୃଦ୍ଧି କରାଇଥାନ୍ତି । ତଥାପି ଯøøନ ରୋଗର ପୀଡ଼ା ଓ କୋଟ କଚେରୀ ଭୟର ସୂଚନ ଦେଇଥନ୍ତି ।
କର୍କଟ-(୭ମ ବୃହଷ୍ପତି)- ସପ୍ତମସ୍ଥ ବୃହଷ୍ପତି ବ୍ୟକ୍ତିକୁ ବୁଦ୍ଧି ତଥା ବିବେଚନା ବିଷୟରେ ନିପୁଣ, ବିଚକ୍ଷଣ କରାଇବା ସହିତ ନିଜର ସୁଲଳିତ ବଚନ ହେତୁ ସର୍ବଜନପିୟ କରାଇଥାନ୍ତି । ଧନ ଉପାର୍ଜ୍ଜନ ହୋଇଥାଏ । ସାତ୍ୱିକ ଭୋଜନ, ଉତମା ସ୍ତ୍ରୀ ଓ ଯାନବାହାନ ପ୍ରାପ୍ତି ହୋଇଥାଏ ।
ସିଂହ-(୬ଷ୍ଠ ବୃହଷ୍ପତି)- ଷଷ୍ଠସ୍ଥ ବୃହଷ୍ପତି ବ୍ୟକ୍ତିଙ୍କୁ ବହୁ ଦିଗରୁ ଅଶାନ୍ତି ପ୍ରଦାନ କରାଇଥାନ୍ତି । ନିଜର ସ୍ୱଜନ ବନ୍ଧୁବାନ୍ଧବ ମିତ୍ରଗୋଷ୍ଠୀ ମାନଙ୍କର ଭାଗ୍ୟୋଦୟ ତଥା ଧନ ସଂପଦର ଅଭିବୃଦ୍ଧି ହେତୁ ଇର୍ଶା ପରାୟଣ ହୋଇ ମନ ଅସୁଖୀ ହୋଇଥାଏ ।
କନ୍ୟା-(୫ମ ବୃହଷ୍ପତି)-ବ୍ୟକ୍ତିଙ୍କୁ ଅନେକ ସୁଖ ସମୃଦ୍ଧି ତଥା ଧନ ସଂପଦ ପ୍ରଦାନ କରାଇଥାନ୍ତି । ଗୃହରେ ପୁତ୍ର ସନ୍ତାନର ଜନ୍ମୋତ୍ସବ ଆଦି ଶୁଭକର୍ମ ପାଳିତ ହୋଇଥାଏ । ବହୁ ପ୍ରଶଂସା ଭାଜନ କରାଇବା ସହିତ ଅଳଙ୍କାର, ଗୃହଲାଭ ବିବାହାଦି ମାଙ୍ଗଳିକ କାର୍ଯ୍ୟ କରିବାର ସୁଯୋଗ ଦେଇଥାନ୍ତି ।
ତୁଳା-(୪ର୍ଥ ବୃହଷ୍ପତି)- ବ୍ୟକ୍ତିକୁ ବହୁବିଧ କଷ୍ଟ ପ୍ରଦାନ ସହିତ ମାନସିକ କଷ୍ଟ, ବଂଧୁଙ୍କ ଠାରୁ କ୍ଳେଷ ପ୍ରଦାନ କରିଥାନ୍ତି ତଥାପି ବିଚକ୍ଷଣ କରାଇବା ସହିତ ନିଜର ସୁଲଳିତ ବଚନ ହେତୁ ସର୍ବଜନପିୟ କରାଇଥାନ୍ତି । ଧନ ଉପାର୍ଜ୍ଜନ ବଢିଥାଏ ।
ବିଛା-(୩ୟ ବୃହଷ୍ପତି)- ତୃତୀୟ ସ୍ଥାନସ୍ଥ ବୃହଷ୍ପତି ମନୁଷ୍ୟକୁ ଧର୍ଯ୍ୟହୀନ, ଅସ୍ଥିରମନା ଓ ସ୍ଥାନଚ୍ୟୁତ କରାଇଥାନ୍ତି । କର୍ମ କ୍ଷେତ୍ରରେ ବେଳେବେଳେ ସମସ୍ୟା ଉପୁଜେ ଯାହାଫଳରେ ବେଳେବେଳେ ମନୋବଳ ଦୁର୍ବଳ ହେବାସହିତ ଲୋକ ସଂପର୍କ ଖରାପ ହେଲାଭଳି ପରିସ୍ଥିତି ଉପୁଜିଥାଏ ।
ଧନୁ-(ଦ୍ୱିତୀୟ ବୃହଷ୍ପତି)- (ଦ୍ୱିତୀୟେ ଧନଧାନ୍ୟ) ବ୍ୟକ୍ତିକୁ ସମସ୍ତ ଦିଗରୁ ସୁଖ ଓ ସୌଭାଗ୍ୟକୁ ଭୋଗ କରାଇଥାନ୍ତି । ଶତ୍ରୁମାନଙ୍କର ବିନାଶ ହେବା ସହିତ ଆଶାତିତ ଧନ ଓ ଆନନ୍ଦ ପ୍ରାପ୍ତ ହୋଇଥାଏ ।
ମକର-(ପ୍ରଥମ ବା ଜନ୍ମ ବୃହଷ୍ପତି): ଜନ୍ମ ବୃହଷ୍ପତି ରହିଥିବା ସମୟରେ ବ୍ୟକ୍ତିର ସ୍ଥାନ ପରିବର୍ତନ ହେବା ସହିତ ବହୁ କ୍ଷେତ୍ରରେ କଳହ ହୋଇଥାଏ, କପଟତାର ଶିକାର ସହିତ ଧନ ନଷ୍ଟର ସୂଚନା ରହିଥାଏ ।
କୁମ୍ଭ-(୧୨ଶ ବୃହଷ୍ପତି)- ଦ୍ୱାଦଶ ସ୍ଥାନସ୍ଥ ବୃହଷ୍ପତି କୁମାର୍ଗରେ ଗତି କରାଏ, ବହୁ ବ୍ୟୟ ହେବା, ବାଦବିବାଦରେ ଛନ୍ଦିହେବା ଭଳି ପରିସ୍ଥିତି ଉପୁଯେ । ଉକ୍ତ ସମୟ ମଧ୍ୟରେ ପୁତ୍ରକନ୍ୟାଙ୍କ ବିବାହ ଉତ୍ସବ ହେଉ କିମ୍ବା ଅନ୍ୟ କୌଣସି କାରଣ ବଶତଃ ମାତ୍ରାଧିକ ଅର୍ଥ ବ୍ୟୟ ସହିତ ବୃଥା ଭ୍ରମଣରେ ଅର୍ଥ ନଷ୍ଟ ହୁଏ ।
ମୀନ-(୧୧ଦଶ ବୃହଷ୍ପତି)- ଏକାଦଶ ବା ଲାଭ ଗୃହସ୍ଥ ବୃହଷ୍ପତି, ବହୁ କ୍ଷେତ୍ରରୁ ଧନ ଲାଭ ପ୍ରଦାୟକ ହେବା ସହିତ କ୍ଷେତ୍ର ସ୍ଥାନାଦିର ଲାଭ, ବ୍ୟବସାୟ ବାଣିଜ୍ୟ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି କରାଇଥାନ୍ତି ।
ଅଶୁଭ ନିରାକରଣ ଉପାୟ-
ପବିତ୍ର ବ୍ରହ୍ମଜଷ୍ଠି ବୃକ୍ଷକୁ କୌଣସି ଶୁକ୍ଳପକ୍ଷ ଗୁରୁବାର ବରଣକରି ଚେର ଏବଂ ପୋଖରାଜ ରତ୍ନ ଧାରଣ କରିବେ । ପ୍ରତ୍ୟେହ ପାରାଙ୍କୁ ଖାଇବାକୁ ଦେବେ । ମା’ତାରାଙ୍କ ପାଖକୁ ନଡ଼ିଆ ପ୍ରେରଣ (ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁରସ୍ଥ ମା-ଉଗ୍ରତାରା, ଗଞ୍ଜାମ ଜିଲ୍ଲା ପୁରୁଷୋତମପୁରସ୍ଥ ତାରାତାରିଣୀ, ଘଟଗାଁବାସିନୀ ମା-ତାରିଣୀ ଙ୍କୁ ସମର୍ପିତ)ା ବାମନପୁରାଣ ପାଠ ଅତ୍ୟନ୍ତ ଶୁଭ । ହଳଦିଆ ବସ୍ତ୍ର, ପୋଖରାଜ ରତ୍ନ, ହରିଦ୍ରା, ଲବଣ, ଗୋ-ଘୃତ, ମସୁର ଡ଼ାଲି, ମିଷ୍ଠାନ୍ନ ଗୌରବର୍ଣ୍ଣର ଦେବାଙ୍ଗି ବ୍ରାହ୍ମଣଙ୍କୁ ଗୁରୁବାର ଦାନ ପ୍ରଦାନ କଲେ ଶୁଭ । ପ୍ରତି ଗୁରୁବାର ମା ତାରିଣି ମନ୍ଦିର ଦର୍ଶନ ସହିତ – ଓଁ ବୃଂ ବୃହଷ୍ପତୟେ ନମଃ ୧୦୮ଥର ଜପ କରିବ ।
– ଗର୍ଗ ଜ୍ୟୋତିଷ –
ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ(ଏମ୍ କମ୍,ଏମ.ବି.ଏ)
ସେକ୍ଟର-୩/୩୦୯, ନିଳାଦ୍ରୀବିିହାର, ଭୁବନେଶ୍ୱର-୨୧ ୯୪୩୮୩୮୯୦୩୯, ୦୬୭୪-୨୭୨୦୯୬୬


