ବିପଦ ସଙ୍କୁଳ ଅବସ୍ଥାରେ ରଜାବନ୍ଧ ସାହି ଲୋକେ

ଘଟଗାଁ(ଯୁଗାବ୍ଦ ନ୍ୟୁଜ)ସରକାର ଜନସାଧାରଣଙ୍କ ଜାତାୟତର ସୁବିଧା ପାଇଁ ସହରକୁ ପିଚୁ ଏବଂ ଗାଁ, ଗଳିକନ୍ଧିକୁ ପକ୍କାରାସ୍ତା ନିର୍ମାଣ କରିବା ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରୁଛନ୍ତି । କିନ୍ତି ଆଜିବି ଏମିତି କିଛି ଗାଁ ଅଛି ଯେଉଁମାନେ କି ଆଜିବି ବିପଦକୁ ସାମ୍ନା କରି ଯାତାୟତ କରୁଛନ୍ତି । ଏମିତି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଘଟଗାଁ ବ୍ଲକ୍ ଅନ୍ତର୍ଗତ ବାଲିପୋଖରୀ ପଂଚାୟତର ରାଜାବନ୍ଧ ସାହିରେ । ଏହି ରାଜାବନ୍ଧ ସାହି ଲୋକେ ପ୍ରତ୍ୟେକ ଦିନ ଘରୁ ବାହାରକୁ ପାଦ ପକାଇବା ମାତ୍ରେ ଦୁଇଟି ଟ୍ରେନ୍ ଧାରଣା ପାରି ହେବାକୁ ପଡିଥାଏ । ଟ୍ରେନ୍ ଜାତାୟତ ହେବାର ୨୦-୨୫ ବର୍ଷରୁ ଉଦ୍ଧ୍ୱର୍ ହେଲାଣୀ କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଜାତାୟତର ସୁବିଧା ହୋଇପାରୁନାହିଁ । ତେବେ ରେଲୱେ ବିଭାଗର ଟିକିଏ ଭୁଲ ପାଇଁ ବିପଦ ସଙ୍କୁଳ ଅବସ୍ଥାରେ ଜାତାୟତ କରୁଛନ୍ତି ରାଜାବନ୍ଧ ସାହି ଲୋକେ । ତେବେ ବାଲିପୋଖରୀ ସରପଂଚଙ୍କ କହିବା ଅନୁସାରେ ଯଦି ରେଲୱେ ବିଭାଗ ଟ୍ରେନ୍ ଧାରଣା ନିକଟରେ ରାଜାବନ୍ଧ ସାହି ଲୋକଙ୍କ ପାଇଁ ଗୋଟିଏ ଅଣ୍ଡର ପାସ୍ କରିଦିଅନ୍ତେ ତାହେଲେ ଆମେ ପଂଚାୟତ ପକ୍ଷରୁ ଯାଇଥିବା ମାଟି ରାସ୍ତାକୁ ଠିକ୍ଠାକ୍ କରିଦିଅନ୍ତୁ । ଅନ୍ୟପକ୍ଷରେ ଘଟଗାଁ ବିଡିଓ ଏ ସମ୍ପର୍କରେ କେନ୍ଦୁଝର ଜିଲ୍ଲାପାଳଙ୍କ ସହିତ କଥା ହୋଇ ଯଥାସମ୍ଭବ ଯାହା ହୋଇପାରିବ ତାହା କରାଇବୁ ବୋଲି ପ୍ରତିସୃତି ଦେଇଛନ୍ତି । ଆମେ କହିବାକୁ ଯାଉଛୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ବାଲିପୋଖରୀ ପଂଚାୟତର ରାଜାବନ୍ଧ ସାହିର ଅବିକଳ ଅସୁବିଧା ସମ୍ପର୍କରେ । ଏହି ସାହିରେ ପ୍ରାୟ ୪୦ରୁ ଉଦ୍ଧ୍ୱର୍ କେବଳ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରିଛନ୍ତି । ବାଲିପୋଖରୀ ପଂଚାୟତର ଅପହଂଚ ଇଲାକା ହେଉଛି ଏହି ରାଜାବନ୍ଧ ସାହି । ତେବେ ଟ୍ରେନ୍ ଧାରଣା ନହେବା ପୂର୍ବରୁ ବେସ୍ ଖୁସିରେ ଥିଲେ କିନ୍ତୁ ବର୍ତମାନ ଟ୍ରେନ୍ ଧାରଣା ହେବା ପରେ ଏହି ସାହିର ଲୋକେ ନାହିଁ ନଥିବା ଅସୁବିଦାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି । ବର୍ତମାନ ଗାଁ ସାହି ବାହାରକୁ ଜାୟାୟତ କରିବାକୁ ହେଲେ ଦୁଇଟି ଟ୍ରେନ୍ ଧାରଣା ପାର ହୋଇ ଯିବାକୁ ପଡୁଛି । ଯାହାଫଳରେ ଅନେକ ଧନଜୀବନ କ୍ଷତି ହେଉଥିବା ପ୍ରକାଶ କରିନ୍ତି । କିଛିମାସ ପୂର୍ବରୁ ଏହି ଧାରଣା ପାରହେବା ସମୟରେ ଦୁଇ ଦୁଇଟି ଜୀବନ ଟ୍ରେନ୍ ଚକ ତଳେ ଯାଇଛି । ଯାହାଫଳରେ ଗାଁ ଲୋକେ ଜଙ୍ଗଲ ପାଖରେ ବସବାସ କରି ବନ୍ୟଜନ୍ତୁଙକୁ ଯେମିତି ଭୟ କରୁନାହାନ୍ତି ସେତିକି ଭୟ ଏ ଟ୍ରେନ୍ ଧାରଣା ପାଇଁ କରୁଛନ୍ତି । ପ୍ରତ୍ୟେକ ମାସରେ ଚିନି ପାଇଁ, ଚାଉଳ ପାଇଁ, କିରୋସିନ୍ ଇତ୍ୟାଦି ପାଇଁ ପଂଚାୟତ ଆସିଥାନ୍ତି ଏବଂ ଏହି ସାହିର ସ୍ତ୍ରୀ ଲୋକ ମାନେ ମୁଣ୍ଡରେ ଚାଉଳ ବସ୍ତା କାଖରେ ଛୁଆ ଧରି ଏହି ବିପଦ ସଙ୍କୁଳ ଟ୍ରେନ୍ ଧାରଣା ପାରି ହୋଇଥାନ୍ତି । ଯାହାକୁ ଦେଖିଲେ ଆପଣ ଅନୁଭବ କରିପାରିବେ ଏମାନେ କେତେ ବିପଦରେ ଜାତାୟତ କରୁଛନ୍ତି । ପଂଚାୟତ ପକ୍ଷରୁ କେନାଲ୍ ହୁଡାରେ ଗୋଟିଏ ରାସ୍ତା ଯାଇଛି କିନ୍ତୁ ଉକ୍ତ ଟ୍ରେନ୍ ଧାରଣା ପାଇଁ ସେ ରାସ୍ତାଟି ମଧ୍ୟ ସମ୍ପୁର୍ଣ୍ଣ ହୋଇପାରୁ ନାହିଁ । ଏ ସମ୍ପର୍କରେ ରାଜାବନ୍ଧ ସାହି ଲୋକେ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କ ପାଇଁ କୌଣସି ସୁବିଧା ହୋଇପାରୁନାହିଁ । ତେବେ ବାଲିପୋଖରୀ ସରପଂଚ ମନୋରଞନ ନାଏକଙ୍କ କହିବା ଅନୁସାରେ ଯଦି ରେଲୱେ ବିଭାଗ ଟ୍ରେନ୍ ଧାରଣା ନିକଟରେ ରାଜାବନ୍ଧ ସାହି ଲୋକଙ୍କ ପାଇଁ ଗୋଟିଏ ଅଣ୍ଡର ପାସ୍ କରିଦିଅନ୍ତେ ତାହେଲେ ଆମେ ପଂଚାୟତ ପକ୍ଷରୁ ଯାଇଥିବା ମାଟି ରାସ୍ତାକୁ ଠିକ୍ଠାକ୍ କରିଦିଅନ୍ତୁ । ଅନ୍ୟପକ୍ଷରେ ଘଟଗାଁ ବିଡିଓ ଶ୍ରୀଯୁକ୍ତ ତ୍ରିଲୋଚନ ମହାନ୍ତି ଏ ସମ୍ପର୍କରେ କେନ୍ଦୁଝର ଜିଲ୍ଲାପାଳଙ୍କ ସହିତ କଥା ହୋଇ ଯଥାସମ୍ଭବ ଯାହା ହୋଇପାରିବ ତାହା କରାଇବୁ ବୋଲି ପ୍ରତିସୃତି ଦେଇଛନ୍ତି । ତେବେ ବର୍ତମାନ ପର୍ଯ୍ୟନ୍ତ ଦୁଇ ଦୁଇଟି ଜୀବନ ଟ୍ରେନ୍ ଚକା ତଳେ ଯାଇଥିବା ବେଳେ ଆଉ କାହାର ଜୀବନ ଯିବା ପୂର୍ବରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ରାଜାବନ୍ଧ ସାହି ଲୋକଙ୍କର ଜାତାୟତର ସୁବିଧା କରାଇବା ପାଇଁ ରାଜାବାନ୍ଧ ସାହି ଲୋକଙ୍କ ସମେତ ପଂଚାୟତ ବାସୀ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ