୪ ବର୍ଷ ପରେ ନିଜ ମାଲିକକୁ ଫେରିପାଇଲା କୁକୁର

ଥାଇଲ୍ୟାଣ୍ଡ: କୁକୁରକୁ ମନୁଷ୍ୟର ସବୁଠାରୁ ଭଲ ସାଥୀ ବୋଲି କୁହାଯାଇଥାଏ । କୁକୁର ବିନା ସ୍ୱାର୍ଥରେ ନିଜ ମାଲିକ ପାଇଁ ଜୀବନ ଦେବାକୁ କେବେ ବି ପଛାଇ ନଥିବାର ଅନେକ ଘଟଣା ସାମ୍ନାକୁ ଆସିଛି । ଏମିତି ଏକ ଘଟଣା ଥାଇଲ୍ୟାଣ୍ଡରେ ଦେଖିବାକୁ ମିଳିଛି । ଏକ କୁକୁର ୪ ବର୍ଷ ଧରି ରାସ୍ତାପାଶ୍ୱର୍ରେ ବସି ରହି ଶେଷରେ ନିଜ ମାଲିକକୁ ଖୋଜି ପାଇଥିଲା ।
୨୦୧୯ ସେପ୍ଟେମ୍ବର ୫ ତାରିଖରେ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଏକ କୁକୁରର କାହାଣୀ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, କୁକୁର ନାମ ଲିଓ । ଏହି କୁକୁରକୁ ପ୍ରଥମେ ଜଣେ ମହିଳା ଯାତ୍ରୀ ଦେଖିବାକୁ ପାଇଥିଲେ । ଲିଓ ଅନେକ ଦିନ ହେବ କିଛି ନଖାଇ ନପିଇ ରାସ୍ତାପାଶ୍ୱର୍ରେ ସେମିତି ରହୁଥିଲା । ଫଳରେ ତା’ର ଶରୀରରୁ ରୁମ୍ ଝଡ଼ିବା ସହିତ ଚର୍ମ ରୋଗ ବି ହୋଇଯାଇଥିଲା । ଏହି ମହିଳା ଯାତ୍ରୀ କୁକୁରକୁ ଏଭଳି ଅବସ୍ଥାରେ ଦେଖି ତା’କୁ ଖାଇବାକୁ ଦେବା ଆରମ୍ଭ କରିବା ସହିତ ଚିକିତ୍ସା କରାଇବା ପାଇଁ ଘରକୁ ନେଇ ଯାଇଥିଲେ । କିନ୍ତୁ ଉକ୍ତ କୁକୁରଟି ବାରମ୍ବାର ଘରୁ ପଳାଇ ଯାଇ ରାସ୍ତାପାର୍ଶ୍ୱ ସେହି ସ୍ଥାନକୁ ଚାଲି ଯାଇଥାଏ । ଏହା ପରେ ମହିଳା ଅନୁଭବ କଲେ କୁକୁର ବୋଧହୁଏ କାହାରିକୁ ଖୋଜୁଛି । ଯେଉଁଥିପାଇଁ ସେ ବାରମ୍ବାର ସେହି ସ୍ଥାନକୁ ଚାଲିଯାଉଛି । ଏହା ପରେ ମହିଳା ଲିଓକୁ ସେହି ସ୍ଥାନରେ ହିଁ ରହିବାକୁ ଛାଡ଼ି ଦେଇଥିଲେ । ସେଠାରେ ଯାଇ କୁକୁରକୁ ମହିଳା ଖାଇବାକୁ ପିଇବାକୁ ଦେଉଥିଲେ । ଗତଚାରି ବର୍ଷ ହେବ ମହିଳା ଏଭଳି ଭାବେ କୁକୁର ଲିଓର ଯତ୍ନ ନେଇ ଆସୁଥିଲେ । ଲୋକମାନେ ଏହି କୁକୁର ବିଷୟରେ ଜାଣିବା ପରେ ସୋସିଆଲ ମିଡିଆରେ ଏହି ଘଟଣା ଓ ଫଟୋ ସେୟାର କରିଥିଲେ । ଥାଇଲ୍ୟାଣ୍ଡରେ ଏହି ପୋଷ୍ଟ ଭାଇରାଲ ହେବା ପରେ ଜଣେ ବ୍ୟକ୍ତି ସାମ୍ନାକୁ ଆସିଥିଲେ । ଲିଓ ତାଙ୍କର ଜଣେ ସମ୍ପର୍କୀୟଙ୍କ କୁକୁର ବୋନ୍ବୋନ୍ ସହିତ ମିଶୁଛି, ଯିଏକି ଚାରିବର୍ଷ ପୂର୍ବେ ହଜିଯାଇଥିଲା ବୋଲି କହିଥିଲେ । ତେବେ ଲିଓ ବୋନ୍ବୋନ୍ କି ନୁହେଁ, ତାହା ଜାଣିବା ପାଇଁ ତା’ର ମାଲିକ ସେହି ସ୍ଥାନକୁ ଆସିଥିଲେ । ଲିଓ ଯେମିତି ହିଁ ନିଜ ମାଲିକଙ୍କୁ ସେଠାରେ ଦେଖିଛି ଅତି ଖୁସିରେ ଯାଇ ମାଲିକଙ୍କ ଉପରେ ଚଢ଼ିଯାଇଥିଲା । ସେହି ସ୍ଥାନରେ ଉପସ୍ଥିତ ଥିବା ଲୋକେ ଏହି ଦୃଶ୍ୟ ଦେଖିବା ପରେ ସେମାନଙ୍କ ଆଖିରେ ଲୁହ ଭରିଯାଇଥିଲା । ଲିଓ ମାଲିକଙ୍କ କହିବାନୁସାରେ, ସେ ତାଙ୍କ ଭଣଜା ଘରକୁ ଯାଉଥିବା ସମୟରେ ବୋନ୍ବୋନ୍ କେଉଁଆଡ଼େ ଚାଲିଯାଇଛି ତାହା ଜାଣିବାକୁ ପାଇଥିଲେ । ଘରକୁ ଫେରି ଏକ ସପ୍ତାହ ପର୍ଯ୍ୟନ୍ତ ସେ ତାଙ୍କ କୁକୁରକୁ ଖୋଜିଥିଲେ, କିନ୍ତୁ ତା’କୁ ପାଇ ନଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ