କାର ଓ ଗଞ୍ଜେଇ ସହିତ ୪ ଗିରଫ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ପୁଲିସ ଏକ ମାରୁତୀ କାର ଭିତରୁ ୧୨ କିଲୋ ଗଞ୍ଜେଇ ଜବତ କରିବା ସହିତ ଏହି ସଂକ୍ରାନ୍ତରେ ୪ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ଭୋର ପ୍ରାୟ ୫ଟା ବେଳେ ଖଜୁରିପଡା ଥାନା ଏସ୍.ଆଇ ବିକାଶ କୁମାର ମଲିକଙ୍କ ନେତୃତ୍ୱରେ ପେଟ୍ରୋଲିଂ ଚାଲିଥିବା ବେଳେ ଏକ ମାରୁତି ଅଲୋଟ କାର ନମ୍ବର (ଓ.ଆର.୦୨-ଏ.ଟି-୫୧୯୦)କୁ ଖଜୁରିପଡା ମୁଖ୍ୟ ବଜାରଠାରେ ଅଟକ ରଖି ତଲାସି ନେବାବେଳେ ସେଥିରୁ ପୁଲିସକୁ ଗୋଟିଏ ବସ୍ତାରେ ୧୨ କିଲୋ ଗଞ୍ଜେଇ ମିଳିଥିଲା । ପୁଲିସ ଏହି କାର ସମେତ ଗଞ୍ଜେଇକୁ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଥିବା ଖୋର୍ଦ୍ଧା ଜିଲ୍ଲାର ସନ୍ତୋଷ କୁମାର ରାଉତ, ସଞ୍ଜୟକୁମାର ମହାରଣା,ଚିତରଞ୍ଜନ ସାହୁ ଏବଂ ସୁଧାକର ମହାରଣା ସମେତ ୪ ଜଣଙ୍କୁ ଗିରଫ କରିଛି । ଏହି ସଂକ୍ରାନ୍ତରେ ଖଜୁରିପଡା ଥାନାରେ କେସ ନଂ ୧୧୦ା୨୦ ରୁଜ୍ଜୁ କରି ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରମାକାନ୍ତ ପାତ୍ର ସୂଚନା ଦେଇଥିବା ବେଳେ ଜବତ ଗଂଜେଇକୁ କନ୍ଧମାଳରୁ ଭୁବନେଶ୍ୱରକୁ ଚାଲାଣ ହେଉଥିବା ବେଳେ ତଦନ୍ତ ବେଳେ ଜଣାଯାଇଛି ।