ଭାରତୀୟ ମଜଦୁର ସଙ୍ଘ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଙ୍ଘ ଜିଲ୍ଲା ଶାଖା ପକ୍ଷରୁ ଶୁକ୍ରବାର ଜିଲ୍ଲାପାଳଙ୍କୁ ଏକ ଦଶଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଛି । ସେହି ଦାବୀ ଗୁଡିକ ମଧ୍ୟରେ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଜିଲ୍ଲାକୁ ମଞ୍ଜୁର ହୋଇଥିବା ପ୍ରତି ଶ୍ରମିକଙ୍କ ପାଇଁ ୧୫ଶହ ଟଙ୍କାର ସରକାରୀ ସହାୟତା ରାଶି ଜିଲ୍ଲାର ୯ଟି ବ୍ଲକ ଓ ୨ଟି ପୈାରାଚଂଳରେ ସମସ୍ତ ନିର୍ମାଣ ଶ୍ରମିକ ପାଇନାହାନ୍ତି । ତେଣୁ ସମସ୍ତ ନିର୍ମାଣ ଶ୍ରମିକ ଏହି ସହାୟତା ରାଶି ପାଇବାର ସୁବନ୍ଦୋବସ୍ତ କରାଯିବା, ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀକୁ ଶ୍ରୀଘ୍ର ପୁରଣ କରାଯିବା, ଶ୍ରମ କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି ପଡି ରହିଥିବା ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସାଇକେଲ, ସୁରକ୍ଷା ଯନ୍ତ୍ରପାତି, ବିବାହ, ମୃତ୍ୟୁକାଳୀନ, ପ୍ରସବକାଳୀନ, ଚିକିତ୍ସା, ଶିକ୍ଷା ଓ ଗୃହନିର୍ମାଣ ସହାୟତା ପାଇଁ ପଡିରହିଥିବା ଆବେଦନ ପତ୍ର ଅନୁଯାଇ ଶୀଘ୍ର ସହାୟତା ପ୍ରଦାନ କରାଯିବା, ପଞ୍ଜିକରଣ ପାଇଁ ପଡି ରହିଥିବା ଦରଖାସ୍ତ ଗୁଡିକୁ ତୁରନ୍ତ ପଞ୍ଜିକରଣ କରାଯିବା, ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ବୟସସୀମାକୁ ହଟାଯାଇ ସେମାନଙ୍କୁ ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯିବା, ଜିଲ୍ଲା ସ୍ତରରେ ନିର୍ମାଣ ଶ୍ରମିକଙ୍କ ପାଇଁ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟାଳୟ ସମେତ ପାନୀୟ ଜଳ ଓ ପରିମଳର ବ୍ୟବସ୍ଥା କରାଯିବା, ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ରେକର୍ଡ ରୁମର ବ୍ୟବସ୍ଥା କରାଯାଇ ଜଣେ କର୍ମଚାରୀଙ୍କୁ ଦାୟୀତ୍ୱରେ ରଖାଯିବା,ନିର୍ମାଣ ଶ୍ରମିକମାନଙ୍କୁ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ ସହ ପ୍ରାପ୍ୟ ପ୍ରଦାନ କରାଯିବା ପ୍ରଭୃତି ଦାବୀ ଗୁଡିକ ରହିଛି । ସଭାପତି ଅରୁଣ କୁମାର ଲେଙ୍କା, ସମ୍ପାଦକ ବସନ୍ତ କୁମାର ସାହୁ, ଭାରତୀୟ ମଜଦୁର ସଙ୍ଘ ସଭାପତି ପ୍ରଭାତ କୁମାର ପାଣି, ଜିଲ୍ଲା ପ୍ରଭାରୀ ଅକ୍ଷୟ କୁମାର ଦାସ, ପ୍ରଶାନ୍ତ କୁମାର ତ୍ରିପାଠୀ, ଫକିର ବାରିକ, ମଧୁସ୍ମିତା ସାହୁ, କାହ୍ନୁ ଚରଣ ବେହେରା, ପ୍ରଦୀପ ରାଉତ, ଅଞ୍ଜନା ରଣା ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ