ବିଭିନ୍ନ ଛକରେ ହେଲମେଟ୍ ଯାଞ୍ଚ କଲେ ଛତ୍ରପୁର ପୋଲିସ
ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ଥାନା ପକ୍ଷରୁ ଥାନା ଅଧିକାରୀ ପ୍ରିୟ ରଂଜନ ଛୋଟରାୟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଅଧିକାରୀ ମାନେ ସହରର ବିଭିନ୍ନ ଛକ ଠାରେ ବାଇକ୍ ଚାଳକ ମାନେ ହେଲମେଟ୍ ପରିଧାନ କରିଛନ୍ତି କି ନା ନାହିଁ ତାହାର ଯାଞ୍ଚ କରିବା ସହ ଅମାନିଆ ମାନଙ୍କୁ ସଚେତନତା କରାଯାଉଛି । ଯେଉଁ ମାନେ ମୋବାଇଲ ରେ କଥା ହୋଇ ଗାଡି ଚଳାଉଛନ୍ତି । ସେମାନଙ୍କୁ ତାଗିଦ୍ କରାଯାଉଛି । ଯେଉଁ ବ୍ୟକ୍ତି ମାନେ ବିନା ହେଲମେଟ୍ ରେ ଗାଡି ଚଳାଉଛନ୍ତି ସେମାନଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଉଛି ।


