କୁକୁଡା ଗାଡିରୁ ୧୪ହଜାରଟଙ୍କା ସମେତ ୨ଟି କୁକୁଡା ଛଡାଇନେବା ଘଟଣାରେ ୩ଗିରଫ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ ): ଏକ କୁକୁଡା ଗାଡିକୁ ଯୋରଜବରଦସ୍ତ ଅଟକାଇ ୧୪ହଜାର ଟଙ୍କା ସମେତ ୨ଟି କୁକୁଡା ଯୋରଜବରଦସ୍ତ ଛଡାଇନେବା ଘଟଣାରେ ଟାଉନ ଥାନା ପୋଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ ସଦର ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ସେକ କାଲାଙ୍କ ପୁଅ ସେକ ମକସୁଦ ଟାଉନ ଥାନାରେ ଅଭିଯୋଗ କରିଥିଲେ ଯେ ଗତ ନଭେମ୍ବର ୩୦ତାରିଖରେ ତାଙ୍କ ପିକ ଅପ ଭ୍ୟାନ ଗାଡି ନମ୍ବର – ଓଡି ୨୯- ଜି ୬୮୮୬ରେ କୁକୁଡା ବୋଝେଇ କରି ଚାଟରାପାଟଣା ଗ୍ରାମଦେଇ ଯାଉଥିବା ବେଳେ ଗାଡିକୁ ଯୋରଜବରଦସ୍ତ ଅଟକାଯାଇ ୧୪ହଜାର ଟଙ୍କା ସମେତ ୨ଟି କୁକୁଡାକୁ ୩ଜଣ ଛଡାଇ ନେଇଥିଲେ । ସେହି ଅଭିଯୋଗକୁ ଭିତ୍ତିକରି ଟାଉନ ଥାନା ପୋଲିସ ଥାନା କେଶ ନମ୍ବର ୨୦୬/୨୦୨୦ରେ ଆଇପିସିର ଧାରା ୩୯୨ ଓ ୩୯୪ରେ ଏକ ମାମଲା ଦାୟରକରି ତଦନ୍ତ ଆରମ୍ଭ କରିଥିଲା । ସେହି ମାମଲାରେ ଟାଉନ ଥାନା ପୋଲିସ ଚାଟରାପାଟଣା ଗ୍ରାମର ସ୍ୱର୍ଗତ ପ୍ରହଲ୍ଲାଦ ଦାସଙ୍କ ପୁଅ କାହ୍ନା ଓରଫ କାହ୍ନୁ ଚରଣ ଦାସ(୨୩),ସୁଧର କୁମାର ରାଉତଙ୍କ ପୁଅ ନିଲୁ ଓରଫ ଶୁଭଜିତ ରାଉତ(୨୦) ଓ ଅକ୍ଷୟ ରଣାଙ୍କ ପୁଅ ଲକି ଓରଫ ଅରପ କୁମାର ରଣା(୨୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ଠାରୁ ସୂଚନା ମିଳିଛି ।


