ଶାଳଣିଆଁରେ ବିଜେପି ପ୍ରଶିକ୍ଷଣ ଶିବିର ଓ ମିଶ୍ରଣପର୍ବ

ହାଟଡ଼ିହି,(ବିକାଶ ବିଶ୍ୱାଳ): ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ନେତୃତ୍ୱରେ ପ୍ରତି ମଣ୍ଡଳରେ ଚାଲିଥିବା ବିଜେପି ପ୍ରଶିକ୍ଷଣ ଶିବିର କ୍ରମରେ ଆଜି ଶାଳଣିଆଁ ମଣ୍ଡଳରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଜିଲ୍ଲା ଗ୍ରାମ ବିକାଶ ପ୍ରମୁଖ ତଥା ପୁର୍ବତନ ଜିଲ୍ଲା ସଂଘ ଚାଳକ ଭୀମସେନ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ଜିଲ୍ଲା ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ପ୍ରମୁଖ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମଣ୍ଡଳ ସଭାପତି ବଳଭଦ୍ର ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ଅଂଶୁମାନ ସବୁଜ ମହାନ୍ତ ବର୍ମା, ଭୀମସେନ ମଲ୍ଲିକ, ଅମରବର ଖଟୁଆ, ଯଜ୍ଞପ୍ରସାଦ, ଅସୀମା ମିଶ୍ର ପ୍ରମୁଖ ବିଷୟବସ୍ତୁ ଉପରେ ବୌଦ୍ଧିକ ପୟଦାନ କରିଥିଲେ । ଯୁବମୋର୍ଚ୍ଚା ସଭାପତି ଆଲୋକ ଦାସ, ଅଧର ବେହେରା, ମଣିଆ ଜେନା, କୃଷ୍ଣଚନ୍ଦ୍ର ଜେନା, ପ୍ରଫୁଲ ସେନାପତି, ସୁଶାନ୍ତ ବେହେରା, ମଧୁସ୍ମୀତା ମହାପାତ୍ର, ସ୍ୱର୍ଣ୍ଣଲତା ବେହେରା, ସରସ୍ୱତୀ ଦାସ, ବର୍ଷାରାଣୀ ବାରିକ, ଆରତୀ ପାତ୍ର, ଜାନକୀ ଜେନା, ବୈଶାଖି ବାରିକ, ଚାନ୍ଦମଣି ତରେଇ, ବର୍ଷାରାଣୀ ତରେଇ, ସୋନାଲିକା ବେହେରା, ଦାମୋଦର ନାୟକ, ପ୍ରଭଞ୍ଜନ ପରିଡା, ରମାକାନ୍ତ ବେହେରା, ସଞ୍ଜୟ ପଲେଇଙ୍କ ସହ ଶତାଧିକ ଭାଜପା କର୍ମୀ ଏହି ଶିବିରରେ ଅଂଶ ଗ୍ରହଣ କରିଥିବାବେଳେ ବିଜେପି ନେତା ମଣି ଚରଣ ନାୟକ, ରାଜେଶ ସେଠୀ, ସୁଶାନ୍ତ ଜେନା, ରମାକାନ୍ତ ନାୟକ ପ୍ରମୁଖ ଶିବିର ପରିଚାଳନା କରିଥିଲେ । ଏହି ଅବସରରେ କଳିଗାଁ ଓ ହାବଳେଶ୍ୱର ପଞ୍ଚାୟତର ୧୦ଜଣ ଭିନ୍ନ ଦଳର କର୍ମୀ ଭାରତୀୟ ଜନତାପାର୍ଟିରେ ଯୋଗଦେଇଥିଲେ । ଉପସ୍ଥିତ ବିଜେପି ନେତୃବୃନ୍ଦ ସେମାନଙ୍କୁ ଉତ୍ତରୀୟ ଓ ଦଳୀୟ ଟେପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ