ଭରତପୁର,ପୁରୁଷୋତ୍ତମପୁର ଓ ମରଡପୁର ମୈାଜାର ଗତ ପ୍ରବଳବର୍ଷାରେ ଧାନ ଫସଲ କ୍ଷୟକ୍ଷତି ସହାୟତା ଆକଳନ କରାନଯିବା ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଗତ ପ୍ରବଳ ବର୍ଷାରେ ଭରତପୁର, ପୁରୁଷୋତ୍ତମପୁର ଓ ମରଡପୁର ମୈାଜାରେ ଥିବା ଧାନଫସଲ କ୍ଷୟକ୍ଷତିର ଆକଳନ କରାନଯିବା ସମ୍ପର୍କରେ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଗତ ପ୍ରଳୟଙ୍କରୀ ବର୍ଷାରେ ଭରତପୁର ରାଜସ୍ୱ ସର୍କଲ ଅଧିନ ଭରତପୁର, ପୁରୁଷୋତ୍ତମପୁର ଓ ମରଡପୁର ମୈାଜାରେ ଥିବା ସ୍ୱର୍ଗତ ଦେବେନ୍ଦ୍ର କିଶୋର ଦାସଙ୍କ ନାମରେ ଥିବା ଚାଷଜମିର ଧାନ ଫସଲ ବ୍ୟାପକ ଭାବେ କ୍ଷତି ହୋଇ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହାଦ୍ୱାରା ଆବେଦନକାରୀଙ୍କ ଅପୁରଣୀୟ କ୍ଷତି ଘଟିଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ଆବେଦନକାରୀ ସଂପୃକ୍ତ ରାଜସ୍ୱ ନୀରିକ୍ଷକ ଓ କେନ୍ଦ୍ରାପଡା ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇଥିଲେବ ତାଙ୍କ ଆବେଦନ ଅନୁଯାଇ କ୍ଷୟକ୍ଷତିର ଆକଳନ କରାଯାଇନଥିବା ସେ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଣୁ ତାଙ୍କ ଆବେଦନର ତଦନ୍ତ କରାଯାଇ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବାକୁ ଆବେଦନକାରୀ ପିତବାସ ଦାସ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ଭେଟି ଲିଖିତ ନିବେଦନ କରିଛନ୍ତି ।