ଦୁର୍ଗା ପ୍ରସାଦ ଜଙ୍ଗଲ ରେ ହାତୀର ମୃତ୍ୟୁ ; କାରଣ ଅସ୍ପଷ୍ଟ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜ ଦୁର୍ଗାପ୍ରସାଦ ପେନବାଲି ଜଙ୍ଗଲରେ ଏକ ହାତୀର ଶୁକ୍ରବାର ସକାଳେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଖବରପାଇ ଘଟଣା ସ୍ଥଳରେ ଡିଏଫ୍‌ଓ ଅଭୟକାନ୍ତ ଦଳେଇ, ଏସିଏଫ୍‌ ସୁଦର୍ଶନ ବାଦୀ ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ହାତୀଟିର କେଉଁ କାରଣରୁ ମୃତ୍ୟୁ ଘଟିଛି ସେନେଇ ସଠିକ୍‌ ସୂଚନା ମିଳିନାହିଁ । ହାତୀର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ଜଙ୍ଗଲରେ ହାତୀର ମୃତ୍ୟୁ ଘଟିବା ପରେ ଅନ୍ୟ ହାତୀମାନେ ଦୀର୍ଘ ସମୟ ଧରି ତାକୁ ଘେରି ରହିଥିଲେ । ଏହା ଦେଖି ନିକଟରେ ଥିବା ଦୁର୍ଗାପ୍ରସାଦ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ । ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଲୋକଙ୍କ ଭିଡ଼ ପରେ ମୃତ ହାତୀକୁ ଛାଡ଼ି ଅନ୍ୟ ହାତୀମାନେ ଜଙ୍ଗଲକୁ ଚାଲିଯାଇଥିଲେ । ବର୍ତ୍ତମାନ ହାତୀର ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ