ବାଇକ ଦୁର୍ଘଟଣାରେ ଦୁଇ ଭାଇ ଗୁରୁତର

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ଥାନା ଅନ୍ତର୍ଗତ ବୁଗୁଡା ସହରର ପୋଲସରା ରୋଡ଼ରେ ଡିସେମ୍ବର ୪ ତାରିଖ ଦିନ ଏକ ବାଇକ ଦୁର୍ଘଟଣାରେ ଦୁଇଭାଇ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ଘଟଣାରୁ ଜଣା ପଡିଛିଯେ ପୋଲସରା ଥାନା ଅନ୍ତର୍ଗତ ମାଳ ତେନ୍ତୁଳିଆ ପାଞ୍ଚାୟତର ହଂସରାଳି ଗ୍ରାମର ନାୟକ ପରିବାର ବିବାହ ପାଇଁ ସୁନା ଅଳଙ୍କାର କ୍ରୟ ପାଇଁ ବୁଗୁଡା ଆସିଥିଲେ । ସୁନା ଅଳଙ୍କାର କ୍ରୟ ପରେ ଅଧିକ ଟଙ୍କା ଆବଶ୍ୟକ ପଡିବାରୁ କୁମାର ନାୟକ ଓ ତାଙ୍କ ଦାଦା ପୁଅ ଭାଇ ରାଘବ ନାୟକ ଗ୍ରାମକୁ ଯାଇ ଟଙ୍କା ଆଣିବାକୁ ଓଡ଼ି ୦୭ ଏଏଫ ୫୩୬୯ ଆପାଚି ବାଇକରେ ନିଜ ଗ୍ରାମ ହଂସରାଳି ଗଲାବେଳେ ପୋଲସରା ରୋଡ଼ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଆହତ ଦୁଇ ଭାଇଙ୍କୁ ସଙ୍ଗେ ସଙ୍ଗେ ବୁଗୁଡା ମେଡ଼ିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା । କୁମାରଙ୍କ ବାମ ଗୋଡ଼ ହାଡ ଭାଙ୍ଗିଯାଇଥିବା ବେଳେ ରାଘବଙ୍କ ହାତ ଭାଙ୍ଗିବା ସହ ଛାତି ଓ ମୁଣ୍ଡରେ ଆଘାତ ଲାଗି ଗୁରୁତର ଆହତ ହୋଇଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ଦୁଇ ଭାଇଙ୍କୁ ସ୍ଥାନାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ