ସୁରାଟରେ ମୃତ୍ୟୁ ବରଣ କରିଥିବା ଶ୍ରମିକଙ୍କ ପରିବାରକୁ ଭେଟିଲେ ବିଧାୟକ

ବୁଗୁଡା,( ଅନିଲ କୁମାର ମହାରଣା): ସୁରାଟରେ ମୃତ୍ୟୁ ବରଣ କରିଥିବା ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମର ଶ୍ରମିକ ସତ୍ୟବାନ ଜେନାଙ୍କ ପରିବାରକୁ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ଡିସେମ୍ବର ୧୧ ତାରିଖ ଦିନ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ବାଲିଛାଇ ଗ୍ରାମର ସତ୍ୟବାନ ଜେନା ସୁରାଟର ଡାଇମଣ୍ଡ ନଗର ଅଞ୍ଚଳରେ ଏକ ଫ୍ୟାକ୍ଟେରିର ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସେ ଯେଉଁ ଫ୍ୟାକ୍ଟେରୀରେ କାର୍ଯ୍ୟ କରୁଥିଲେ ସେହି ଫ୍ୟାକ୍ଟେରୀର ସମ୍ମୁଖରେ ରାସ୍ତା କଡରେ ସତ୍ୟବାନ ଜେନାଙ୍କ ମର ଶରୀର ପଡିଥିବା ଦେଖିବାକୁ ମିଳିଥିଲା। ମୃତ୍ୟୁର କାରଣ ଜଣା ପଡିନଥିଲେ ମଧ୍ୟ ପ୍ରତି ମାସରେ ଏହିପରି ୧୦ / ୧୨ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଫ୍ୟାକ୍ଟେରୀରେ କୌଣସି କାରଣରୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଲେ ମାଲିକମାନେ ସେହି ମୃତ୍ୟୁ ଶ୍ରମିକଙ୍କ ବାବଦକୁ କ୍ଷତିପୂରଣ ଦେବାକୁ ପଡିବ ବୋଲି ସେହି ଶ୍ରମିକଙ୍କ ମୃତ୍ୟୁ ଶରୀର ରାସ୍ତା କଡରେ ପକାଇଦେଇ ଚାଲି ଯାଉଥିବା ସନ୍ଦେହ କରାଯାଉଛି। ସୁରାଟରେ ଯେଉଁମାନେ ମୃତ୍ୟୁ ବରଣ କଲେଣି ଅଧିକାଂଶ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ମିଳୁନଥିବା ବେଳେ ବିମାଭୁକ୍ତ ହୋଇନଥିବା ଯୋଗୁଁ ସେହି ଶ୍ରମିକଙ୍କ ପରିବାର ବହୁ ଅସୁବିଧାରେ ଚଳୁଛନ୍ତି। ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ର ସଭାପତି ପ୍ରଦୀପ କୁମାର ସାହୁଙ୍କ ଚେଷ୍ଟାରେ କିଛି ଶ୍ରମିକ ବାର୍ଷିକ ଦୁଇଶହ ପୈଠଦେଇ ୧୦ ଲକ୍ଷ ଟଙ୍କା ବୀମା ଭୁକ୍ତ ହୋଇଥିବା ବେଳେ ଅଧିକାଂଶ ଶ୍ରମିକ ବର୍ତ୍ତମାନ ସୁଦ୍ଧା ଏହି ବୀମା ଯୋଜନାର ସୁବିଧା ନେଇପାରିନାହାଁନ୍ତି । ସମସ୍ତ ଓଡ଼ିଆ ଶ୍ରମିକ ଏକଜୁଟ ନହେବା ଯୋଗୁଁ ୪୦ ବର୍ଷ ପୂର୍ବେ ଫ୍ୟାକ୍ଟେରୀ ମାଲିକମାନେ ଯେଉଁ ପ୍ରକାର ସୁବିଧା ଦେଉଥିଲେ ସେଥିରେହିଁ ସୀମିତ ରହିଛି। ଓଡ଼ିଶାର ସରକାର, ସମସ୍ତ ଲୋକ ପ୍ରତିନିଧି ଓ ମିଡ଼ିଆ ଭାଇମାନେ ଏହି ବିଷୟ ନେଇ ପ୍ରବାସୀ ଓଡ଼ିଆ ଭାଇମାନଙ୍କୁ ଏହି ସଚେତନ କରିବାକୁ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ଶ୍ରୀ ସାହୁ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ