ସିଡ୍ନୀ ହାରବର ବ୍ରିଜ୍ରର ୨୧ତମ ଜନ୍ମଦିନ ଅବସରରେ ଡିପ୍ଲୋ ନିଜର ଡିଜେ ପ୍ରଦର୍ଶନ କରିବେ
ସିଡ୍ନୀ ହାରବର ବ୍ରିଜ୍ର ବ୍ରିଜ୍ କ୍ଳାଇମ୍ବିଙ୍ଗ୍ ର ୨୧ତମ ଜନ୍ମଦିନ ଅବସରରେ ଡିପ୍ଲୋ ନିଜର ଡିଜେ ପ୍ରଦର୍ଶନ କରିବେ । ସୂର୍ଯ୍ୟାସ୍ତ ସମୟରେ ୪୪୦ ଫୁଟ ସମୁଦ୍ର ପତନଠାରୁ ଉଚ୍ଚରେ ଥିବା ହାରବରରେ ସେ ନିଜର ପାରଦର୍ଶିତା ପ୍ରଦର୍ଶନ କରିବେ । ଡିପ୍ଲୋଙ୍କ ପ୍ରକୃତ ନାମ ଥୋମାସ୍ ୱେଓଲେ ପେଂଟଜ୍ । ସେ ମେଜର ଲେଜର, ଏଲଏସଡି, ସିଆ ଏବଂ ଲାରିନ୍ଥ ତଥା ସିଲକ୍୍ ସିଟିରେ ମାର୍କ ରୋସୋନ୍ଙ୍କ ସହଯୋଗରେ ପ୍ରଦର୍ଶନ କରାଇବେ ସେ ଗ୍ୟାମି ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ।ଡିପ୍ଲୋ ବେୟାନ୍ସ୍, ମ୍ୟାକ୍, ଜଷ୍ଟିନ୍ ବିବେର୍, ଆରିୟାନା ଗ୍ରାଣ୍ଡେ୍, ସ୍ନୋପ୍ ଡଗ୍, ଟ୍ରିପି ରେଡ୍, ବ୍ୟାଡ୍ ବୁନ୍ନି ଏବଂ ସେନିଟ୍ଗୋଲ୍ଡ୍ ଆଦି ଖ୍ୟାତି ସମ୍ପନ୍ନ କଳାକାରଙ୍କ ସହିତ କାମ କରିଛନ୍ତି ।ଏହା ସହିତ ସେ ୟୁରୋପ, କାଲିଫର୍ଣ୍ଣିଆ ଆଦିରେ ନିଜର ପାରଦର୍ଶିର୍ତା ପ୍ରଦର୍ଶନ କରିଛନ୍ତି ।ସେ ଅଷ୍ଟ୍ରେଲିଆରେ ନିନା ଅଗାରିଆନ୍ ଏବଂ ଆଣ୍ଡ୍ର୍ୟୁ ଲେଭିନ୍ସଙ୍କ ସହିତ କାମ କରିଛନ୍ତି ।ବ୍ରିଜ୍ କ୍ଲାଇମ୍ବ୍ ୧୯୯୮ଠାରୁ ଜାରି ରହିଛି । ଇତିମଧ୍ୟରେ ଏହା ୨୧ ବର୍ଷ ପୂରଣ କରିଛି । ଗତ ୨୦ ବର୍ଷ ଧରି ଏଠାରେ ବିବାହ, ପ୍ରସ୍ତାବ, ଜନ୍ମଦିନ ଆଦି ପାର୍ଟି ଅନୁଷ୍ଠିତ ହେଉଛି । ଗତ ୨୧ ବର୍ଷ ମଧ୍ୟରେ ୪ ନିୟୁତରୁ ଅଧିକ ସ୍ଥାନୀୟ ତଥା ବିଦେଶୀ ପର୍ଯ୍ୟଟକ ଏହି ବ୍ରିଜ୍ କ୍ଲାଢ୍ୱ୍ କରିସାରିଛନ୍ତି ।