କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପ୍ରତିମୂର୍ତ୍ତି ସଫେଇ ଓ ସ୍ମୃତିଚାରଣ
ଭୁବନେଶ୍ୱର,: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଦଶମ ସପ୍ତାହରେ ପଦାର୍ପଣ କରିଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ପିଏମ୍ଜି ଛକ ନିକଟରେ ଥିବା ଓଡ଼ିଶାର ସୁନାମଧନ୍ୟ କବି, ଲେଖକ ତଥା ସ୍ୱାଧିନତା ସଂଗ୍ରାମୀ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ପୁନଃ ସଫେଇ ସହ ଓ ଚତୁଃପାଶ୍ୱର୍ରେ ଥିବା ଅନାବନା ଘାସଲଟା ସଫେଇ କରାଯିବା ବୃକ୍ଷ ରୋପଣ କରାଯାଇଥିଲା । ଏହି ଅବସରରେ ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ କହିଥିଲେ ଯେ, କାନ୍ତକବିଙ୍କର ରାଜ୍ୟ ସଙ୍ଗୀତ ରଚନା ବନ୍ଦେ ଉତ୍କଳ ଜନନୀ ଓ ବୁଢ଼ା ଶଙ୍ଖାରୀକୁ ଘରେ ଘରେ ସମସ୍ତେ ମନେରଖିବା ସହ ତାଙ୍କର ଲେଖା, ସ୍ୱାଧୀନତା ସଂଗ୍ରାମ ତଥା ସାରସ୍ୱତ ସାଧନା ପ୍ରତି ବିଶେଷ ଅବଦାନ ରହିଛି । ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ପୂଜ୍ୟ ତଥା ବନ୍ଦନୀୟ ଅଟେ । ଓଡ଼ିଶାର ସ୍ୱାଭିମାନ, ଗୌରବକୁ ଜାତୀୟସ୍ତରରେ ସେ ବେଶ୍ ପରିିଚିତ କରାଇପାରିଥିଲେ । ତାଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେଲେ ରାଷ୍ଟ୍ରର ପ୍ରଭୂତ ଉନ୍ନତି ହୋଇପାରିବ ବୋଲି ମତବ୍ୟକ୍ତ କରାଯିବା ସହିତ ସ୍ମୃତି ଉଦ୍ଦେଶ୍ୟରେ ସ୍ଲୋଗାନ ଦିଆଯାଇଥିଲା । ଏହି ଅଭିଯାନରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନରେ ସଂଯୋଜକ କିଷନ ବରାଇଙ୍କ ସଂଯୋଜନାରେ ଓ ନାରାୟଣ ଓଝାଙ୍କ ସହ ସଂଯୋଜନାରେ ସାମିଲ ହୋଇଥିଲେ ଅଲେଖ ଜେନା, ଲକ୍ଷ୍ମଣ ଦାସ, ତନ୍ମୟ ସାମନ୍ତରାୟ, ସଂଗ୍ରମା ବଳିୟାରସିଂ, ଡ. ଅସିତ୍ ଦାସ, ଉମାଚରଣ ମହାନ୍ତି, ବିଜୟ ପରିଡ଼ା, ଅରବିନ୍ଦ ତ୍ରିପାଠୀ, ସାଧୁ ଚରଣ ବେହେରା, ସୁରଥ ବିଶ୍ୱାଳ, ପ୍ରଦୀପ କୁମାର ବିଶ୍ୱାଳ, କୈଳାସ ମୁଦୁଲି, ବିଶ୍ୱନାଥ ସ୍ୱାଇଁ, ସଞ୍ଜୟ ରାୟ, ନିରଞ୍ଜନ ସାହୁ, ଶରତ ରାଉତ, ପ୍ରଫୁଲ୍ଲ ବାରିକ, ମନୋରଞ୍ଜନ ବାରିକ, ବିଜୟ ମଲ୍ଲ, ସିତାଂଶୁ ଶେଖର ମହାରଣା, ବ୍ରଜବନ୍ଧୁ ପରିଡ଼ା, ପ୍ରମୋଦ ଦେବ, ସମିତା ମହାରଣା, ବୁଦ୍ଧିମାନ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।