ସପ୍ତମ ସ୍ଥାନକୁ ଉଠିଲା ଓଡ଼ିଶା”ନିତି ଆୟୋଗ’ ବିଦ୍ୟାଳୟ ଶିକ୍ଷା ଗୁଣବତ୍ତା ସୂଚୀ
ନୂଆଦିଲ୍ଲୀ/ଭୁବନେଶ୍ୱର : “ନିତି ଆୟୋଗ’ର ବିଦ୍ୟାଳୟ ଶିକ୍ଷା ଗୁଣବତ୍ତା ସୂଚୀ (୨୦୧୬-୧୭ ଆଧାର ବର୍ଷ) ଆଜି ପ୍ରକାଶ ପାଇଛି । ଏହି ସୂଚୀରେ କେରଳ ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶା ସପ୍ତମ ସ୍ଥାନରେ ରହିଛି । ୨୦୧୫-୧୬ ଆଧାର ବର୍ଷରେ ଏହି ସୂଚୀରେ ଓଡ଼ଶା ତ୍ରୟୋଦଶ ସ୍ଥାନରେ ଥିଲା । ୨୦୧୬-୧୭ ଆଧାର ବର୍ଷରେ ୬ ପଏଣ୍ଟ ଅଧିକ ପାଇ ଓଡ଼ିଶା ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛି । ଓଡ଼ିଶା ୬୦.୨ ପ୍ରତିଶତ ନମ୍ବର ରଖି ତାଲିକାର ସପ୍ତମ ସ୍ଥାନରେ ରହିଛି । ଓଡ଼ିଶାର ଏଭଳି ପ୍ରଦର୍ଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିବା ସହ ଆଗାମୀ ବର୍ଷରେ ଏହି ସୂଚୀର ପ୍ରଥମ ତିନୋଟି ସ୍ଥାନରେ ରହିବାକୁ ଆଶା ପୋଷଣ କରିଛନ୍ତି ।
ଆଜି ଲୋକ ସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଚିତ୍ରା ଅରୁମ୍ଗମ୍ ଓ?ିଶାର ଏ ସଫଳତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇଥିବା ବେଳେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଆଗକୁ ଓଡ଼ିଶା କିଭଳି ପ୍ରଥମ ତିନୋଟି ସ୍ଥାନରେ ରହି ପାରିବ ସେ ନେଇ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
“ନିତି ଆୟୋଗ’ର ଏ ସୂଚୀରେ ସମଗ୍ର ଦେଶରେ ଆଞ୍ଚଳିକତା ଭିତ୍ତିରେ ଶିକ୍ଷାର ମାନକୁ ନେଇ ଏକ ବଡ଼ ବ୍ୟବଧାନ ଲକ୍ଷ୍ୟ କରାଯାଇଛି । ଦେଶର ୨୦ଟି ବ? ରାଜ୍ୟକୁ ନେଇ ଏହି ସୂଚୀ ପ୍ରସ୍ତୁତ କରାଯାଇଛି । ଏଥିରେ କେରଳ ସର୍ବାଧିକ ୮୨.୨ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନରେ ଥିଲାବେଳେ ଝାଡ଼ଖଣ୍ଡ ସର୍ବନିମ୍ନ ୩୦.୬ ପ୍ରତିଶତ ନମ୍ବର ରଖି ଶେଷରେ ରହିଛି । ଏହି ସୂଚୀରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ଥିଲାବେଳେ ହରିଆନା ତୃତୀୟ, ଗୁଜରାଟ ଚତୁର୍ଥ, ହିମାଚଳ ପ୍ରଦେଶ ପଞ୍ଚମ, ମହାରାଷ୍ଟ୍ର ଷଷ୍ଠ, ରାଜସ୍ଥାନ ଅଷ୍ଟମ, ପଞ୍ଜାବ ନବମ, ଆସାମ ଦଶମ, ଆନ୍ଧ୍ରପ୍ରଦେଶ ଏକାଦଶ, ଛତିଶଗ? ଦ୍ୱାଦଶ, କର୍ଣ୍ଣାଟକ ତ୍ରୟୋଦଶ, ଉତ୍ତରାଖଣ୍ଡ ଚତୁର୍ଦଶ, ମଧ୍ୟ ପ୍ରଦେଶ ପଞ୍ଚଦଶ, ଜମ୍ମୁ-କଶ୍ମୀର ଷୋଡ଼ଶ, ଉତ୍ତର ପ୍ରଦେଶ ସପ୍ତଦଶ, ତେଲେଙ୍ଗାନା ଅଷ୍ଟାଦଶ, ବିହାର ଉନ୍ନବିଂଶ ଏବଂ ଝାଡ଼ଖଣ୍ଡ ଦ୍ୱାବିଂଶତମ ସ୍ଥାନରେ ରହିଛି । ତେବେ ହରିଆନା, ଆସାମ ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟମାନେ ଗତ ୨୦୧୫-୧୬ ବର୍ଷ ତୁଳନାରେ ୨୦୧୬-୧୭ରେ ଭଲ ପ୍ରଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ, ବିଭିନ୍ନ ରାଜ୍ୟର ଶିକ୍ଷାଦାନର ଫଳାଫଳ, ପହଞ୍ଚ, ସମାନତା, ଭିତ୍ତିଭୂମିର ବିକାଶ, ଶିକ୍ଷା କ୍ଷେତ୍ରରେ ସୁବିଧା ସୁଯୋଗ, ସର୍ଭେ ଡାଟା ଆଦିକୁ ନେଇ “ବିଦ୍ୟାଳୟ ଶିକ୍ଷା ଗୁଣବତ୍ତା ସୂଚୀ’ ପ୍ରସ୍ତୁତ ହୋଇଥାଏ ।


