ଭାବମୁର୍ତୀ ସଜାଡିବାକୁ ପ୍ରୟାସ କରି ନାଟକ କରୁଛି ଘଟଗାଁ ବନବିଭାଗ

ଘଟଗାଁ,(ନାରାୟଣ ପଲାଇ):ଗତ କିଛି ଦିନ ହେବ ଦୁର୍ନିତି ଜାଲରେ ଛନ୍ଦି ହୋଇ ପଡିଥିବା ଘଟଗାଁ ବନ ବିଭାଗ ବର୍ତମାନ ସାଧାରଣରେ ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ନିଜର ଭାବମୁର୍ତୀକୁ ଭଲ କରିବା ପାଇଁ ନୂଆ ଏକ ନାଟକ ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳିଛି । ନୁଆ ଜଙ୍ଗଲ ସୃଷ୍ଟି ନାଁରେ ଘଟଗାଁ ବନବଭାଗ କରିଥିବା ଲକ୍ଷାଧିକ ଟଙ୍କାର ଦୁର୍ନୀତି ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ତଦନ୍ତ ପରେ ଏବେ କିଛି କର୍ମଚାରୀଙ୍କ ବେକରେ ଖଣ୍ଡା ଝୁଲିଛି ଆଉ ଏହି ଘଡିସନ୍ଧି ମୁହୁତ୍ରରେ ଘଟଗାଁ ବନବିଭାଗ ଏବେ ସ୍ଥାନୀୟ ଅଂଚଳ ବାସୀ ଓ କେନ୍ଦୁଝର ଜିଲ୍ଲା ଡିଏଫଓଙ୍କ ନିକଟରେ ନିଜର ଭାବମୁର୍ତୀକୁ ସୁଧାରିବା ପାଇଁ ଯୋରଦାର ପ୍ରୟାସ ଆରମ୍ଭ କରିଦେଇଛି କିନ୍ତୁ ନିଜ ଜାଲରେ ନିଜେ ଫସି ଯାଇଛି । ସୁଚନା ଅନୁଯାୟୀ ଘଟଗାଁ ବନବିଭାଗର ମ୍ୟାନେଜର ବୋଲାଉଥିବା ଫରେଷ୍ଟ ଗାର୍ଡ ଖଗେଶ୍ୱର ରାଉତ ଓ ଲକ୍ଷାଧିକ ଟଙ୍କା ଦୁର୍ନୀତି କରିଥିବାର ଅଭିଯୋଗ ଆସିଥିବା ଫରେଷ୍ଟର ଶ୍ରୀମନ୍ତ ବେହେରା ଗତ ଦୁଇ ଦିନ ତଳେ ଘଟଗାଁ ଅଂଚଳର ବଡଜାମୁପଶି ପଂଚାୟତ ଅଂଚଳରୁ ବିପୁଳ ପରିମାଣରେ କାଠ ଓ କୋଇଲା ଜବଦ କରି ଗଣମାଧ୍ୟମକୁ ଡାକି ତାଙ୍କ ଆଗରେ ଛାତି ଫୁଲାଇ ଫୋଟୋ ଉଠାଇ ଫିଲ୍ମ ଢଙ୍ଗରେ ନିଜର ପାରିବା ପଣିଆକୁ ସାଧାରଣରେ ଦେଖାଇଛନ୍ତି । ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ ଦୁଇଦିନ ତଳେ ବଡଜାମୁପଶି ପଂଚାୟତ ଅଂଚଳରୁ ଘଟଗାଁ ବନବିଭାଗର ଉପରୋକ୍ତ ଦୁଇ କର୍ମଚାରୀ ଏକ ପିକଅପ ଭ୍ୟାନ ସହ ୫୦,୦୦୦ଟଙ୍କାର କାଠ ଗଣ୍ଡି ଜବଦ କରିଛନ୍ତି ଓ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠେ ଯେ ସଂରକ୍ଷିତ ଜଙ୍ଗଲ ଭିତରୁ ବିଶାଳ କାୟ ଗଛ ଗୁଡିକୁ କଟା ହେବା ସମୟରେ ଡ୍ୟୁଟିରେ ଥିବା ଗାର୍ଡ ମହାଶୟ କରୁଥିଲେ କଣ ? କାଠ ଚୋର ମାନେ ଜଙ୍ଗଲ ଭିତରୁ ଗଛ କାଟି ଗଡ କରିବା ପରେ ଗାଡିରେ ଲୋଡ କରିବା ପର୍ଯ୍ୟନ୍ତ କିପରି ବନବିଭାଗ ପାଖରେ ଖବର ପହଁଚି ପାରିଲା ନାହିଁ ? ଘଟଣା ସ୍ଥଳରେ ବନବିଭାଗର ପୁରା ଟିମ ପହଁଚିଲା ପରେ ମଧ୍ୟ କିପରି କୌଣସି ଜଣେ ହେଲେ କାଠ ଚୋରକୁ ଧରି ପାରିଲାନି? ବିଗତ ଦିନରେ ଘଟଗାଁ ବନାଂଚଳ ଅଧିନସ୍ଥ ଅଟେଇ ସଂରକ୍ଷୀତ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର କାଠ ଚୋରା ଚାଲାଣ ହେଉଛି ଓ ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି ତେବେ ସେତେବେଳେ ବନ ବିଭାଗ କେଉଁଠି ଥିଲା ଓ କଣ କରୁଥିଲା ? ଏସବୁ ପ୍ରଶ୍ନକୁ ତର୍ଜମା କଲେ ଓ ଗତ କିଛି ଦିନ ହେବ ଘଟଗାଁ ବନବିଭାଗରେ ଘଟୁଥିବା ଘଟଣାକୁ ଦେଖିଲେ ଏହା ସ୍ପଷ୍ଟ ଜଣା ପଡୁଛି ଯେ ଘଟଗାଁ ବନବିଭାଗର କିଛି କର୍ମଚାରୀ ନିଜର ଭାବମୁର୍ତୀକୁ ଭଲ କରିବା ପାଇଁ କାଠ ମାଫିଆ ମାନଙ୍କୁ ଧରି ଏମିତି କିଛି ନାଟକ ରଚନା କରିଛନ୍ତି । ଆହୁରୀ ମଧ୍ୟ ଦୁର୍ନୀତି ଜାଲରେ ଛନ୍ଦି ହୋଇ ପଡିଥିବା କର୍ମଚାରୀ ମାନେ ଏବେ ଉଚ୍ଚ ପଦସ୍ତ ଅଧିକାରୀ ମାନଙ୍କୁ ଖୁସି କରିବାର ପ୍ରୟାସ ଜାରୀ ରଖିଥିବା ବେଳେ କିଛି ରାଜନେତାଙ୍କୁ ଧରି ଘଟଣାକୁ ଚାପି ଦେବାର ପ୍ରୟାସ ମଧ୍ୟ ଆରମ୍ଭ କରିଦେଇଛନ୍ତି । ଅନ୍ୟ ପକ୍ଷରେ ବୃକ୍ଷରୋପଣ ଦୁର୍ନୀତିର ତଦନ୍ତ କରୁଥିବା ଜଣେ ଏସିଏଫଙ୍କ ଠାରୁ ମିଳିଥିବା ସୁଚନା ଅନୁଯାୟୀ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ଦୁର୍ନୀତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ସତ୍ୟ ଅଟେ ଓ ସବୁ ରିପୋର୍ଟ ଡିଏଫଓଙ୍କୁ ମିଳିସାରିଛି । ତେବେ ସବୁ ପ୍ରମାଣ ପାଇବା ପରେ କେନ୍ଦୁଝର ଡିଏଫଓ ସ୍ୱୟଂ ମଲ୍ଲିକ ଖୁବ୍ ଶ୍ରୀର୍ଘ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଓ ଘଟଗାଁ ବନବିଭାଗର ଏପରି ନାଟକ ତାଙ୍କ ଉପରେ କୌଣସି ପ୍ରଭାବ ପକାଇବନି ବୋଲି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ