ସାଇଚେତନା ସାହିତ୍ୟ ସଂସଦର ପ୍ରସ୍ତୁତି ବୈଠକ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ସଢ଼ା-ନାଗାତୋଟା ସ୍ଥିତ ସାଇାଚତନା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସମ୍ପାଦକ ଚତୁର୍ଭୁଜ ପହିଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । କି୍‌ର୍ତନ ଚରଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବାର୍ଷିକ ଉତ୍ସବର ରୁପରେଖ ସମ୍ପର୍କରେ ବିଷଦ ଆଲୋଚନା କରାଯାଇଥିଲା । ଆଗାମି ଫେବୃୟାରୀ ଶେଷ ସପ୍ତାହରେ ଉତ୍ସବ ପାଳନ କରିବାକୁ ନିଷ୍ପତି ହୋିଥିଲା । ଅନୁଷ୍ଠାନର ମୁଖପତ୍ର ‘ସମ୍ଭାବନା’ପାଇଁ ୨୦୨୧ ଜାନୁୟାରୀ ୧୫ତାରିଖ ସୁଧା ଲେଖା ପଠାଇବାକୁ ଲେଖକ, ଲେଖିକାଙ୍କୁ ଅନୁରୋଧ କରାଯାଇଥିଲା । ଏହି ବୈଠକରେ ଅନୁଷ୍ଠାନର ଉପଦ୍ଦେଷ୍ଟା ରତ୍ନାକର ଦାସ, କାର୍ଯ୍ୟକାରୀ ସମ୍ପାଦକ ନାରାୟଣ ଚନ୍ଦ୍ର ଲେଙ୍କା, କୋଷାଧ୍ୟକ୍ଷ ଭାଗିରଥି ସେଠୀ, ଭାଗବତ ସାହୁ, କାଞ୍ଚନବାଳା ଜେନା, ଅନ୍ତର୍ଯ୍ୟାମୀ ରାଉତ, ମୋହନ ମଲ୍ଲିକ, ଅଭୟ ସାମଲ, ବନମାଳୀ ଜେନା, ଅନ୍ନପୁର୍ଣ୍ଣା ଜେନା, ବିଜୟା ବେହେରା, ବିଜୟ କୁମାର ରାଉତ, ହରିହର ମଲ୍ଲିକ, ଦାସରଥି ଜେନା ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ