ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ସମଗ୍ର ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ଶିକ୍ଷାଧିକାରୀ ଡ.ସନାତନ ପଣ୍ଡାଙ୍କ ପୌରହିତ୍ୟରେ ମହାତ୍ମାଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଶୃଙ୍ଖଳିତ ଜୀବନ ଯାପନ ପାଇଁ ତଥା ସମାଜରେ ଜଣେ ଉତ୍ତମ ନାଗରିକ ହେବାକୁ ହେଲେ ଗାନ୍ଧିଜୀଙ୍କ ‘ମୋର ସତ୍ୟର ଅନୁସନ୍ଧାନ’ ପୁସ୍ତକ ଲେଖାଯାଇଥିବା ପ୍ରତ୍ୟେକ ବିଷୟକୁ ଅଧ୍ୟୟନ କରିବାକୁ ହେବ । କାହିଁକି ଏହି ମହାପୁରୁଷମାନେ ଆଜି ମଧ୍ୟ ଆମ୍ଭ ନିକଟରେ ଜୀବିତ । ସେମାନଙ୍କ ଚିନ୍ତାଧାର କ’ଣ ଥିଲା, ସେହି ଚିନ୍ତାଧାରାକୁ ଅନୁପ୍ରାଣିତ କରି ନିଜେ ହିଁ ନିଜର ଚିନ୍ତାଧାରାକୁ ପରିବର୍ତ୍ତନ କଲେ ଛାତ୍ରଛାତ୍ରୀ ହେଉ କିମ୍ବା ବ୍ୟକ୍ତି ବିଶେଷ ସେ ନିଶ୍ଚିତ ସାମଜରେ ଜଣେ ଉତ୍ତମ ବ୍ୟକ୍ତି ହୋଇପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏଥିସହ ଗାନ୍ଧିଜୟନ୍ତୀ ଓ ଅବକାରୀ ବିଭାଗ ଦ୍ୱାରା ପରିଚାଳିତ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ କାରବାର ନିରୋଧ ସଂକ୍ରାନ୍ତରେ ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଅନୁଷ୍ଠିତ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଅବକାରୀ ଅଧିକ୍ଷୀକ ରାମଚନ୍ଦ୍ର ମିଶ୍ର, ଗଞ୍ଜାମ ଅବକାରୀ ଅଧିକ୍ଷୀକ ରାଜେନ୍ଦ୍ର କୁମାର ଭତ୍ରା, ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜିକା ବିନିତା ସେନାପତି, କୁକୁଡାଖଣ୍ଡି ବିଇଓ ଏସ୍.ଗିରିଧର, ରଙ୍ଗେଇଲୁଣ୍ଡା ବିଇଓ ଡ.ପ୍ରଭାତି ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ରଙ୍ଗେଇଲୁଣ୍ଡା ବିଇଓ ଶ୍ରୀମତି ମହାପାତ୍ର ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ