ରାଧାଗୋବିନ୍ଦଜୀଉଙ୍କ ସମ୍ପତ୍ତି ଉପରେ ବେଆଇନ ନିର୍ମାଣ ସମ୍ପର୍କରେ କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତଙ୍କୁ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଚାଟରାପାଟଣା ଗ୍ରାମବାସୀମାନଙ୍କ ପକ୍ଷରୁ କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତଙ୍କ ନିକଟରେ ଅଭିଯୋଗ କରାଯାଇଛି ଯେ ସେହି ଗ୍ରାମ ସନ୍ନିକଟ ବଡହାଟ ମୈାଜାରେ ଥିବା ଘରବାରୀ ସମ୍ପତ୍ତି ସମେତ ରାଧାଗୋବିନ୍ଦଜୀଉଙ୍କ ସମ୍ପତ୍ତିକୁ ଜନୈକ ଜମି ମାଫିଆ ବେଆଇନ ଭାବରେ ନିଜ ନାମରେ କରାଇନେଇ ସେହି ଜମିକୁ ଜଳନିଷ୍କାସନ ପାଇଁ ଥିବା ନାଳକୁ ବନ୍ଦକରି ତା ଉପରେ ସ୍ଥାୟୀ ରାସ୍ତା ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କ କୋର୍ଟରେ ଏକ ଅପିଲ କେଶ ଗତ ମାର୍ଚ୍ଚମାସ ୨୦ତାରିଖରେ ଦାଖଲ ହୋଇଥିଲେବି କୋଭିଡ କଟକଣାକୁ ଆଳକରି ସେହି ମାମଲାର ବିଚାର କରାଯାଉନଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳଙ୍କୁ ମଧ୍ୟ ଏସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେବି କୈାଣସି ସୁଫଳ ନମିଳିବାରୁ ଗ୍ରାମବାସୀଙ୍କ ପକ୍ଷରୁ ଏସମ୍ପର୍କରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଏକ କେଶ ଦାୟର କରାଯାଇଥିଲା । ଉଚ୍ଚ ନ୍ୟାୟାଳୟ ତୁରନ୍ତ ଘଟଣାର ଫଇସଲା କରିବାକୁ ନିର୍ଦେଶ ଦେଇଛନ୍ତି । ଏଥିସହିତ ଅତିରିକ୍ତ ସହକାରୀ ଏଣ୍ଡାଉମେଂଟ କମିଶନର ଟାଉନ ଥାନାର ଭାରପ୍ରାପ୍ତ ଇନିସପେକ୍ଟରଙ୍କୁ ଏଭଳି ବେଆଇନ ନିର୍ମାଣକୁ ବନ୍ଦ କରିବା ନିମନ୍ତେ ଏକ ଏଫ.ଆଇ.ଆର. ମଧ୍ୟ ପ୍ରଦାନ କରିଥିବା ଜଣାପଡିଛି । ତେଣୁ ଏଭଳି ବେଆଇନ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯିବା ନିମନ୍ତେ କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଜାନକି ବଲ୍ଲଭ ସାମନ୍ତରାୟ, ଶୁଭେନ୍ଦୁ କୁମାର ବାରିକ, ନିରଞ୍ଜନ ସାହୁ, ଅଶୋକ କୁମାର ଲେଙ୍କା, ପ୍ରଭାତ କୁମାର ପାଣି, ମାନସରଞ୍ଜନ ସାମଲ, ବିଶ୍ୱଜିତ ରାଉତ, ପ୍ରଦୀପ ଜେନା, ଅରୁଣ ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ