ମୋହନାରେ ମାଳ ମାଳ ମିନି ବ୍ୟାଙ୍କ; ଲୋକଙ୍କୁ ମିଳୁନି ସୁବିଧା

ମୋହନା,( ଅଂଶୁମାନ ପଣ୍ଡା): ସରକାରଙ୍କ ଦ୍ୱାରା ଦୁରାନ୍ତରରୁ ଆସୁଥିବା ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ଉନ୍ନତି ମୂଳକ କାମ ଗୁଡିକ ମଧ୍ୟରୁ ଭିନ୍ନ ଏକ ପ୍ରୟାସରେ ରାଜ୍ୟ ସରକାର ବ୍ୟାଙ୍କ ଗୁଡିକ ସହ ହାତ ମିଳାଇ ଗରିବଙ୍କୁ ଯେଉଁ ଭଳି ହାତପାହାନ୍ତରେ ସୁବିଧା ମିଳିବ ତାହା ନେଇ ପ୍ରତ୍ୟେକ ପଂଚାୟତକୁ ନେଇ ଏକ ମିନି ବ୍ୟାଙ୍କର ସୁବିଧା ଯୋଗଇ ଆସୁଛନ୍ତି । ଯାହା ଫଳରେ ଲୋକେ ଦୁର ଦୁରାନ୍ତରରୁ ଆସି ନିରାଶ ନ ହୋଇ ଟଙ୍କା ଉଠାଣ, ଜମା କରିବା ଭଳି ବିଭିନ୍ନ ବ୍ୟାଙ୍କ ସୁବିଧା ପାଇ ପାରିବେ ତାହାର ପ୍ରୟାଶ ଜାରି ରଖିଛନ୍ତି । କିନ୍ତୁ ମୋହନାରେ ଥିବା ଷ୍ଟେଟ୍ ବ୍ୟାଙ୍କ ଲୋକଙ୍କୁ ଭଲ ସୁବିଧା ଯୋଗାଇ ଆସି ପାରୁନାହିଁ । ଗୋଟିଏ ବ୍ୟାଙ୍କକୁ ନିର୍ଭର କରନ୍ତି ୩୯ଟି ପଂଚାୟତର ସମସ୍ତ ଜନସାଧାରଣ । ବ୍ୟାଙ୍କକୁ ଆସିବା ମାତ୍ରେ ଜଗୁଆଳି, ବ୍ୟାଙ୍କ କର୍ମଚାରୀ, ବ୍ୟାଙ୍କ ମ୍ୟାନେଜର ଲୋକଙ୍କୁ ଦୁବ୍ୟବହାର କରିବା ଭଳି ଅଭିଯୋଗ ଆସୁଅଛି । ଅନେକ ସମୟରେ ଟଙ୍କା ଉଠାଇବା ଓ ଜମା କରିବା ସମୟରେ ଲିଙ୍କ ଫେଲ ଦର୍ଶାଇ ଲୋକଙ୍କୁ ହଇରାଣ କରାଉଛନ୍ତି । ଖାତା ଅପଡେଟ୍ ପାଇଁ ମଧ୍ୟ ସୁବିଧା ଦିନେ କାମ ଦେଲେ ଦିନେ କାମ ଦେଉଁନାହିଁ । ଏହାକୁ ଆଖି ଆଗରେ ରଖି ବ୍ୟାଙ୍କର ଉପରିସ୍ଥ ଅଧିକାରୀ ସରକାରଙ୍କ ନିର୍ଦ୍ଧେଶ ଅନୁଯାୟୀ ପଂଚାୟତ ଗୁଡିକକୁ ମିନି ବ୍ୟାଙ୍କ ଯୋଗାଇଛନ୍ତି ହେଲେ ମିନି ବ୍ୟାଙ୍କର ପ୍ରମାଣ ପତ୍ର ପାଇବା ପରେ ଏହାକୁ ବ୍ୟବସାୟ ଭଳି ବ୍ୟବହାର କରୁଛନ୍ତି ମିନି ବ୍ୟାଙ୍କର ମାଲିକ । ଯାହାକି ଯେଉଁ ପଂଚାୟତ ଗୁଡିକରେ ରହିବା କଥା ଯଥା ଲୁହାଗୁଡି ଅଚଂଳରେ ଲୋକଙ୍କୁ ଟଙ୍କା ଉଠାଇବାରେ ଓ ବାନ୍ଧିବାରେ ବହୁ ବାଧା ସୃଷ୍ଟି ହେଉଛି । ଯାହା ଫଳରେ ପୂର୍ବରୁ ୨ଟି ମିନି ବ୍ୟାଙ୍କ ଯୋଗାଇ ଥିବା ବେଳେ ଗୋଟିଏ ମିନି ବ୍ୟାଙ୍କ ନିଜ ଇଚ୍ଛାମୁତାବକ ମୋହନା ଠାରେ ଖୋଲି ବ୍ୟବସାୟ କରିଦେଇଛନ୍ତି ତାହାକୁ । ଯାହା ଫଳରେ ଲୁହାଗୁଡି ପଂଚାୟତ ଅଂଚଳର ଲୋକେ ମୋହନା ଆସିବାକୁ ପଡୁଛି ବ୍ୟାଙ୍କ କାମରେ । ଏନେଇ ବ୍ୟାଙ୍କ ଅଧିକାରୀଙ୍କ ପଚାରିବାରୁ ସେ କହିଛନ୍ତି ସେମାନଙ୍କୁ ଉକ୍ତ ପଂଚାୟତରେ ଘରଭଡା ନମିଳିବାରୁ ସେମାନେ ମୋହନାରେ ଖୋଲିଛନ୍ତି । ପ୍ରକାଶ ଥାଉକି ଯଦି ଏଭଳି ପଂଚାୟତ ଗୁଡିକରେ ଘର ନମିଳେ ତାହା ହେଲେ କିପରି ବ୍ୟାଙ୍କ ଅଧିକାରି ନତଦନ୍ତ କରି ସେମାନଙ୍କୁ ପଂଚାୟତ ଗୁଡିକ ପାଇଁ ପ୍ରମାଣ ପତ୍ର ଦେଇ ମିନି ବ୍ୟାଙ୍କ କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ନା ଏଥିରେ ବ୍ୟାଙ୍କ ଅଧିକାରୀ ଓ ମିନି ବ୍ୟାଙ୍କ କର୍ମଚାରୀଙ୍କ ସହ କିଛି ମଧୁ ଚନ୍ଦ୍ରିକା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ