କୋଣାର୍କ ଏନଏସି ଦ୍ଵାରା ସ୍ଵଚ୍ଛ ସର୍ବେକ୍ଷଣ ପୁରସ୍କାର ପ୍ରଦାନ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ରେ ସାରା ଦେଶରେ ସ୍ଵଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଥିଲା । ଯେଉଁଥି ପାଇଁ ଆଜି ସାରା ଦେଶ ସ୍ଵଚ୍ଛତା ରେ ବିଶ୍ବ ଦରବାରରେ ଉଦାହରଣ ସୃଷ୍ଟି କରିଛି । ଏହି ଅବସରରେ ଆଜି କୋଣାର୍କ ଏନଏସି ରେ ଏକ ସ୍ୱଚ୍ଛ ସର୍ବେକ୍ଷଣ ଦିବସ ପାଳନ କରାଯାଇଛି । ଏହି ଦିବସ ରେ ପ୍ରଥମେ କୋଣାର୍କ ଏନଏସି ର ସ୍ଵଚ୍ଛ ସାଥି ଏବଂ ମହିଳା ଙ୍କ ଦ୍ଵାରା ବଜାର ପରିକ୍ରମା କରାଯାଇ ଥିଲା । ପରେ କୋଣାର୍କ ଅଞ୍ଚଳର ବ୍ୟବସାୟୀ ସଂଘ, ସାମ୍ବାଦିକ ସଂଘ,ସ୍ଵଚ୍ଛ ସାଥି ଏବଂ ସ୍ଥାନୀୟ ଜନସାଧାରଣ ଙ୍କୁ ସମ୍ମାନିତ କରାଯାଇଥିଲା । ଏହା ସହିତ କୋଣାର୍କ ଏନଏସି ର ୧୮୫ ଜଣ ଉଠା ଦୋକାନୀ ଙ୍କୁ ସରକାରଙ୍କ ପକ୍ଷରୁ ଏସ୍ ବି ଆଇ ବ୍ୟାଙ୍କ ମାଧ୍ୟମରେ ଋଣ ଯୋଗାଈ ଦିଆଯାଇଛି । ଯାହା ଫଳରେ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବା ସହ ଭବିଷ୍ୟତରେ ସଠିକ ଭାବେ ଋଣ ପରିଶୋଧ କଲେ ଅଧିକ ଋଣ ପ୍ରଦାନ କରାଯିବ ବୋଲି ଏସ୍ ବି ଆଇ କୋଣାର୍କ ଶାଖା ର ମ୍ୟାନେଜର କହିଛନ୍ତି । ଏହା ସହିତ କୋଣାର୍କ ଏନଏସି ର ମାଉସୀ ମା ସାହିରେ ଥିବା ଲୋକମାନଙ୍କ ସ୍ଥାୟୀ ଜମି ପଟା ଯୋଗାଇ ଦିଆଯିବ ଏବଂ ଚନ୍ଦ୍ରଭାଗା ଠାରେ ହେବାକୁ ଥିବା ଭେଣ୍ଡିଂ ଜୋନ ର ମଡେଲ ବ୍ୟବସାୟୀ ଙ୍କୁ ପ୍ରଦର୍ଶନ କରିବା ପାଇଁ କାର୍ଯ୍ୟକ୍ରମ ରହିଛି ବୋଲି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏମ୍ ଶ୍ରି ନିବାସ ରାଓ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ