ଟେଲର ଧକ୍‌କା ରେ ଡମ୍ପର ଚାଳକଙ୍କ ମୃତ୍ୟୁ

ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥର ବିଲେଇପଦା ଛକଠାରେ ସୋମବାର ଏକ ଟେଲର ଧକ୍‌କା ରେ ଜଣେ ଡମ୍ପର ଚାଳକର ମୃତ୍ୟୁ ଘଟିଥିବା ଜଣାପଡିଛି । ପୋଲିସ ସୂତ୍ରରୁ ଜଣାପଡିଛି ଯେ, ବିଲେଇପଦା ଛକଠାରେ ବଲାଣି ଥାନା ଧନୁର୍ଜୟପୁର ପାଚେରୀ ସାହିର ସାଧୁ ହେସା(୫୦) ନାମକ ଡମ୍ପର ଚାଳକ ଚା’ ପିଇ ଫେରୁଥିବା ବେଳେ ପଛରୁ ଏକ ଟେଲର ନଂ- (ଜେ ଏଚ୍ ୦୫ ୨୬୩୦) ତାଙ୍କୁ ଧକ୍‌କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏ ନେଇ ବିଲେଇପଦା ଫାଣ୍ଡିରେ ଏକ ଦୁର୍ଘଟଣା ମାମଲା ନଂ-୧୮୩/୨୦୨୦ ରୁଜୁ ହୋଇଥିବା ପୋଲିସ୍ ସୂଚନା ଦେଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ