ବାଲିପଦରରେ ମାଁ ମହାଲକ୍ଷ୍ମୀଙ୍କ ମୃଣ୍ମୟ ମୂର୍ତ୍ତି ବିସର୍ଜନ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ବଣିକ ସଙ୍ଘ ଓ ପରିବା ବ୍ୟବସାୟୀ ସଙ୍ଘର ମିଳିତ ସହଯୋଗରେ ଚଳିତ ମାର୍ଗଶୀର ମାସରେ ଏକ ସପ୍ତାହ ବ୍ୟାପି ମାଁ ମହାଲକ୍ଷ୍ମୀଙ୍କ ପୂଜା ବାଲିପଦର ବଜାର ଛକ ଠାରେ ଅନୁଷ୍ଠିତ ହୋଇ ଆସୁଥିଲା । ପ୍ରତିଦିନ ସକାଳ ବାଳଭୋଗ, ହୋମ, ପୂଜାର୍ଚ୍ଚନା ସହ ସଂଧ୍ୟା ଆରତୀ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ସଂପାଦନ ହୋଇଯାଉଥିଲା। ଡିସେମ୍ବର ୨୫ ତାରିଖ ଦିନ ପୂର୍ବାହ୍ନରେ ପୂର୍ଣ୍ଣାହୁତି ପରେ ପ୍ରସାଦ ସେବନ ସାରି ଅପରାହ୍ନରେ ମାଁ ମହାଲକ୍ଷ୍ମୀଙ୍କ ମୃଣ୍ମୟ ମୂର୍ତ୍ତିକୁ ଗ୍ରାମ ପରିକ୍ରମା କରି ବିସର୍ଜନ କରାଯାଇଥିଲା । ପୂଜାର୍ଚ୍ଚନା କାର୍ଯ୍ୟକ୍ରମକୁ ପୂଜକ ଜଗନ୍ନାଥ ଶତପଥୀ, ମୁରଲୀ ରଥ ଓ ପ୍ରଦ୍ୟୁମ୍ନ ଖାଡଙ୍ଗା ତୁଲାଇଥିବା ବେଳେ ବଣିକ ସଙ୍ଘର ସଭାପତି ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ, ନାରାୟଣ ସାମନ୍ତରା, ଉମା ଶଙ୍କର ନାୟକ, ଶଙ୍କର ରାଓ, କେ.ରାଘବ ପାତ୍ର, କେ.ଅଚ୍ୟୁତ ପାତ୍ର, ଜି.ମନୋଜ ପାତ୍ର, ପ୍ରମୋଦ ବିଶ୍ୱାଳ, ବାଳକୃଷ୍ଣ ଦୋରା, ଜି.ସଂଜୀବ ପାତ୍ର, ରାଜେନ୍ଦ୍ର ମହାରଣା, କେ.କାହ୍ନୁ ଆଚାରୀ, ରଙ୍କ ପୋଲାଇ ଓ ଅଜିତ ବଡୁ ମାଆଙ୍କ ପୂଜା କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ। କର୍ତ୍ତାଭାବେ କେ.କୃଷ୍ଣମୂର୍ତ୍ତି ଆଚାରୀ ମାଁ ଙ୍କ ପୂଜାରେ ଯୋଗଦେଇଥିଲେ। ଏହି ପୂଜା ଆଜକୁ ପନ୍ଦର ବର୍ଷ ଧରି ଗ୍ରାମର ମଙ୍ଗଳ ସକାଶେ କରା ଯାଉଥିବା ପୂଜା କମିଟିର କର୍ମକର୍ତ୍ତା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ