କନ୍ଧମାଳ ଜିଲ୍ଲାର ର ୪ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଲା ଆଇଏସଓ ପ୍ରମାଣପତ୍ର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାର ୩ଟି ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ଓ ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଛି,(ISO) ଆନ୍ତର୍ଜାତୀୟ ଆଇଏସଓ-୯୦୦୧;୨୦୧୫ ପ୍ରମାଣପତ୍ର। ଏହି ୪ଟି ସ୍ୱସ୍ଥ୍ୟକେନ୍ଦ୍ର ହେଲା ଜି.ଉଦୟଗିରି ସିଏଚସି, ଫିରିଙ୍ଗିଆ ସିଏଚସି, ଟିକାବାଲି ସିଏଚସି ଓ ଗୋଛାପଡା ପ୍ରାଥମିକ ସ୍ୱସ୍ଥ୍ୟକେନ୍ଦ୍ର। ଏହା କନ୍ଧମାଳ ଜିଲା ସ୍ୱସ୍ଥ୍ୟ ବିଭାଗ ପାଇଁ ଏକ ଗର୍ବର ବିଷୟ ବୋଲି କୁହାଯାଇଛି। ଆଇଏସଓ ପ୍ରମାଣପତ୍ର ଦେଉଥିବା ଆନ୍ତର୍ଜାତୀୟ ସଂସ୍ଥା ଜିଲାର ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ଅନୁଧ୍ୟାନ କରିବା ପାରେ ଏହି ପ୍ରମାଣପତ୍ର ପ୍ରଦାନ କରିଛନ୍ତି।ଏହି ସବୁ କେନ୍ଦ୍ରର ଚିକିତ୍ସା ବ୍ୟବସ୍ଥା, ପରିମଳ ଓ ରୋଗିସେବାକୁ ବିଚାର କରି ଆଇଏସଓ ପ୍ରମାଣପତ୍ର ଦିଆଯାଇଛି ବୋଲି ଜିଲା ମୂଖ୍ୟ ଚିକିତ୍ସାଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏହା କନ୍ଧମାଳ ଜିଲା ପାଇଁ ଏକ ଗର୍ବର ବିଷୟ ହୋଇଥିବା ସହ ଏହାଦ୍ବାରା ଅନ୍ୟ ସ୍ବାସ୍ଥ୍ୟ କେନ୍ଦ୍ରମାନେ ମଧ୍ୟ ଉତ୍ସାହିତ ହେବେ ବୋଲି ସେ ଆଶାପ୍ରକାଶ କରିଛନ୍ତି। ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ଅଭିନନ୍ଦନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ