ଗାଇକୁ ବଞ୍ଚାଇବାକୁ ନେଇ ଦୁଇ ଟ୍ରକ ମଧ୍ୟରେ ଧକ୍କା
ଛତ୍ରପୁର,(ଦେବଦତ୍ତ ମହାରଣା ): ଛତ୍ରପୁର ଥାନା ଅଧୀନ କଲେଜ ଛକ ସ୍ଥିତ ନୂଆସାହି ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥରେ ଗୋଟିଏ ଗାଇକୁ ବଞ୍ଚାଇବାକୁ ନେଇ ଟ୍ରକ ପଛକୁ ଆଉ ଏକ ଟ୍ରକ ଧକ୍କା ଦେଇଛି । ଧକ୍କା ଦେଇଥିବା ଜେଏଚ୍୦୯-ଏଏମ୍ ୭୦୫୪ ନମ୍ବର ଏକ ୧୬ ଚକିଆ ଟ୍ରକ ଭାରସାମ୍ୟ ହରାଇ ଜାତୀୟ ରାଜପଥର ଗୋଟିଏ ପାଶ୍ୱର୍କୁ ସଂପୂର୍ଣ୍ଣ ଅବରୋଧ ହୋଇଥିଲା । ଫଳରେ କିଛି ସମୟ ଧରି ଜାତୀୟ ରାଜପତର ଗୋଟିଏ ପାଶ୍ୱର୍ରେ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା । ଘଟଣା ସ୍ଥଳେ ଛତ୍ରପୁର ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ସହ ଜାତୀୟ ରାଜପଥରେ ଠପ୍ ଥିବା ଚଳାଚଳରେ ସୁଧାର ଆଣିଥିଲେ । ଜାତୀୟ ରାଜପଥର ଗୋଟିଏ ପାଶ୍ୱର୍କୁ ଅବରୋଧ କରି ରଖିଥିବା ଟ୍ରକୁ ହଟାଇବା ଲାଗି ଗୋପାଳପୁର ବନ୍ଦରରୁ ହାଇଡ୍ରାର ସହାୟତା ନିଆଯାଇଛି । ମିଳିଥିବା ସୂଚନାନୁସାରେ, ତାମିଲନାଡୁରୁ ଟିଏନ୍-୪୮ଏକ୍ସ ୯୮୭୯ ନମ୍ବର ଟ୍ରକ କଲିକତା ଅଭିମୁଖେ ଯାଉଥିବା ବେଳେ ଛତ୍ରପୁର କଲେଜ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଗାଇ ଟ୍ରକ ସମ୍ମୁଖକୁ ଆସିଥିଲା । ଉକ୍ତ ଗାଇକୁ ବଞ୍ଚାଇବାକୁ ଯାଇ ଟ୍ରକ୍ ଚାଳକ ଜୋରଦାର ବ୍ରେକ୍ ଲଗାଇଥିଲା । ଏହି ସମୟରେ ସେହି ଅଭିମୁଖେ ଥିବା ଜେଏଚ୍୦୯-ଏଏମ୍ ୭୦୫୪ ନମ୍ବର ଏକ ଟ୍ରକ ପଛପଟୁ ଧକ୍କା ଦେଇ ଭାରସାମ୍ୟ ହରାଇ ଗୋଟିଏ ପାଶ୍ୱର୍ରୁ ଅନ୍ୟ ପାଶ୍ୱର୍ର ରାସ୍ତାକୁ ଅବରୋଧ କରିଥିଲା ।