ବିନୋଦ ଖାନ୍ନାଙ୍କୁ ମନେପକାଇଲେ ଦବଙ୍ଗ-୩ କଳାକାର

ବଲିଉଡର ଅପକମିଙ୍ଗ୍ ଫିଲ୍ମ ଦବଙ୍ଗ-୩ର ସୁଟିଂ ଶେଷ ହୋଇଯାଇଛି। ରବିବାର ସୁଟିଂର ଶେଷଦିନରେ ସଲମାନ ଫିଲ୍ମର ସମସ୍ତ କଳାକାରଙ୍କ ସହ ମିଶି ଗୋଟିଏ ଭିଡିଓ କରିଥିଲେ। ଏହି ଭିଡିଓରେ ସେ ସ୍ୱର୍ଗୀୟ ଅଭିନେତା ବିନୋଦ ଖାନ୍ନାଙ୍କୁ ମନେପକାଇଥିଲେ। ସୋମବାର ବିନୋଦ ଖାନ୍ନାଙ୍କ ଜନ୍ମଦିନ ଥିଲା । ବିନୋଦ ଖାନ୍ନା ଦବଙ୍ଗ-୧ ଓ ଦବଙ୍ଗ-୨ରେ ସଲମାନଙ୍କ ବାପା ଭୂମିକାରେ ନଜର ଆସିଥିଲେ। ଏହି ଭିଡିଓରେ ସଲମାନ କହିଥିଲେ ଯେ, ଦବଙ୍ଗ-୩ର ସୁଟିଙ୍ଗ ଶେଷ ହୋଇଛି। ଦବଙ୍ଗ-୩ ଫିଲ୍ମକୁ ପ୍ରଭୁଦେବା ନିର୍ଦ୍ଦେଶନା ଦେଇଛନ୍ତି। ଦବଙ୍ଗ-୨ରେ ବି ଚୁଲୁବୁଲ୍ ପାଣ୍ଡେ ଭୂମିକାରେ ପୁଣି ନଜର ଆସିବେ ସଲମାନ ଖାନ୍। ତାଙ୍କ ସହ ସାଉଥ୍‌ ଷ୍ଟାର ସୁଦିପ, ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନଜର ଆସିବେ। ଫିଲ୍ମଟି ଆଗାମୀ ଡିସେମ୍ବର ମାସ ୨୦ରେ ରିଲିଜ୍ ହେବାକୁ ଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ