କୋଭିଡ କଟକଣା ମଧ୍ୟରେ ଦୀର୍ଘ ୯ମାସ ପରେ ଖୋଲିଲା ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ

ନାଉଗାଁ, (ଓ୍ବାଇଏନ୍ଏସ୍):ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଦୀର୍ଘ ୯ମାସ ପରେ ଖୋଲିଲା ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ । ଦୀର୍ଘ ଦିନ ବ୍ୟବଧାନରେ ବିଦ୍ୟାଳୟ ଗୁଡିକ ଖୋଲୁଥିବାରୁ ପିଲାମାନେ ବିଦ୍ୟାଳୟକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ନାଉଗାଁ ବ୍ଳକରେ ୧୭ଟି ଉଚ୍ଚ ବିଦ୍ୟାଳୟ ଖୋଲିଥିବା ବେଳେ ୩ଟି ମହାବିଦ୍ୟାଳୟ ଖୋଲା ଯାଇଥିଲା । ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ସଂପୂର୍ଣ୍ଣ କୋଭିଡ ନିର୍ଦ୍ଦେଶ ମାନିଥିବା ଦେଖିବାକୁ ମିଳିଥିଲା । ଶ୍ରେଣୀ କକ୍ଷରେ ୨୦ଜଣ ପିଲାଙ୍କୁ ନେଇ ଶିକ୍ଷାଦାନ କରାଯାଇଥିଲା । ସେହିପରି ପିଲାମାନଙ୍କ ମଧ୍ୟରେ ଦୁରତ୍ୱ, ମାସ୍କ ଆଦି ପିନ୍ଧିବା ସହିତ ହାତ ଧୋଇବା ପାଇଁ ସାନିଟାଇଜର , ସାବୁନ ଆଦି ରହିଥିବାର ଦେଖାଯାଇଥିଲା । ଉକ୍ତ ବ୍ଳକରେ ୧୭ଟି ଉଚ୍ଚ ବିଦ୍ୟାଳୟରେ ୯ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପ୍ରଥମ ଦିନ ବିଭିନ୍ନ ବିଦ୍ୟାଳୟରେ ୫୦୮ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସର୍ବମୋଟ ଏହି ବ୍ଳକରେ ଶତକଡା ୫୬ ପ୍ରତିଶତ ପିଲା ଯୋଗ ଦେଇଥିବା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅକ୍ଷୟ ବେହେରା ପ୍ରକାଶ କରିଛନ୍ତି । ଯେହେତୁ ଆଜି ପ୍ରଥମ ଦିନ ବିଦ୍ୟାଳୟ ଖୋଲିଛି ବହୁତ ପିଲା ଆସି ନାହାନ୍ତି ପରବର୍ତୀ ସମୟରେ ସବୁ ପିଲା ବିଦ୍ୟାଳୟକୁ ଆସି ପାଠ ପଢିବେ ବୋଲି ଆଶା କରାଯାଉଛି । ସେହିପରି ୩ଟି ମହାବିଦ୍ୟାଳୟରେ କମ ସଂଖ୍ୟକ ପିଲା ଆସିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ