ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଉପକରଣ ବଂଟନକଲେ ଛତ୍ରପୁର ବିଇଓ
ଛତ୍ରପୁର,(ଦେବଦତ୍ତ ମହାରଣା) :ଛତ୍ରପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ଦାମିୟାନ୍ ନଗର ପ୍ରାଥମିକ ବିଦ୍ୟାଳୟ ର ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ସହାୟକ ଉପକରଣ ବଂଟନ କରାଯାଇଛି ।ଏହି ଉପକରଣ ବଂଟନ ଶିବିରରେ ଛତ୍ରପୁର ବିଇଓ ଅବିନାଶ ଶତପଥୀ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଉପକରଣ ସାମଗ୍ରୀ ପ୍ରଦାନ କରିଥିଲେ । ୪ଜଣଙ୍କୁ ଟ୍ରାଇ ସାଇକେଲ, ୨ଜଣଙ୍କୁ ହୁଇଲ୍ ଚେୟାର, ୪ଜଣଙ୍କୁ ସିପି ଚେୟାର, ୧୫ଜଣଙ୍କୁ ଏମ.ଆର୍. କାଟ୍, ୪ଜଣଙ୍କୁ ଶ୍ରବଣ ଯନ୍ତ୍ର, ୨ଜଣଙ୍କୁ ବେଲ୍ କିଟ୍ ଓ ଜଣକୁ ଡେଜିପ୍ଲେୟାର୍ ବଂଟନ କରାଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଏବିଇଓ ନୃସିଂହ ଚରଣ ମିଶ୍ର, ଶିକ୍ଷକ କୈଳାସ ଚନ୍ଦ୍ର ବେହେରା, ଅନ୍ତେନିବେଶି ସ୍ୱେଚ୍ଛାସେବୀ ଓ ଗୋଷ୍ଠୀ ସମ୍ବଳ ଶିକ୍ଷକ ଅଶ୍ୱିନୀ ପାଇକରାୟ ଓ ଗୋଷ୍ଠୀ ସମ୍ବଳ ଶିକ୍ଷୟତ୍ରୀ ଦୀପାଞ୍ଜଳି ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅଶ୍ୱିନି ପାଇକରାୟ ପରିଚାଳନା ରେ ସହଯୋଗକରିଥିଲେ ।