ବିଳମ୍ଵିତ ରାତିରେ ଘରେ ପସି ବନ୍ଧୁକ ମୁନରେ ପେଟ୍ରୋଲ ଟାଙ୍କି ମାଲିକ ଠାରୁ ଡକାୟତି
କଳାହାଣ୍ଡି,(ଓ୍ବାଇଏନ୍ଏସ୍): ବିଳମ୍ଵିତ ରାତିରେ ଘରେ ପସି ବନ୍ଧୁକ ମୁନରେ ପେଟ୍ରୋଲ ଟାଙ୍କି ମାଲିକ ଠାରୁ ଡକାୟତି। ବୋର୍ଡ଼ ଫାଣ୍ଡି ଅନ୍ତର୍ଗତ ବୋର୍ଡ଼ ଗାଁ ର ରାଜୁ ଜୈନ ଘରୁ ଡକାୟତି ଅଭିଯୋଗ। ୫ ଜଣ ଲୋକ ୧୨ଟା ରୁ ୧ ଟା ମଧ୍ୟରେ ଘର ତଳ ମହଲାରେ ପୁଅ ଓ ସ୍ତ୍ରୀ କୁ କୋଠରୀ ରେ ଆକ୍ରମଣ କରି ନଗଦ ଟଙ୍କା ଓ ସୁନା ଲୁଟି ନେଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଚି ତଦନ୍ତ ଆରମ୍ଭ କରିଛି। ଗତ ୨୬ ତାରିଖ ମୋଟେର ଗାଁ ରେ ଡକାୟତି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ହାତ ଖାଲିଥିବା ବେଳେ ପୁଣି ଗ୍ରାମାଞ୍ଚଳରେ ଡକାୟତି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।


