ବିଶିଷ୍ଟ ଶିକ୍ଷାବିତ ଚକ୍ରଧର ରାଉତଙ୍କ ସ୍ମୃତିଚାରଣ ସଭା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତ କଣ୍ଟି ଠାରେ ବିଶିଷ୍ଟ ଶିକ୍ଷାବିତ ତଥା କବି ଚକ୍ରଧର ରାଉତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଗାଳ୍ପିକ ବିଜୟ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ବିଧାୟକ ରଥ ଦାସ, ଅନନ୍ତ ପ୍ରସାଦ ସେଠୀ, ସ୍ତମ୍ବକାର କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ଶିକ୍ଷାବିତ ରସାନନ୍ଦ ମହାପାତ୍ର, ଡ.ସୁରେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ରାଉତଙ୍କ ଜୀବନବ୍ୟାପୀ ସାଧନା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ ଜେନା, ଆନନ୍ଦ ଚନ୍ଦ୍ର ରାଉତ, ଭୀମସେନ ଜେନା, ବିମଳଭଞ୍ଜ ଦେଓ, ବିଣ୍ଣୁଚରଣ ଆଚାର୍ଯ୍ୟ, ବିକାଶ ସାମଲ, ହିମାଂଶୁ ଶେଖର ସାମଲ, ଅନନ୍ତ ତ୍ରିପାଠୀ ପ୍ରମୁଖ ସ୍ୱର୍ଗତ ରାଉତଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ସ୍ମୃତିଚାରଣ କରିଥିଲେ ।ଶେଷରେ ଦୟାନିଧି ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


