କେ ଏସ ୟୁ ବି ମହାବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର 1984 ବ୍ୟାଚ ର ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ବନବିହାର ପରିସରମଧ୍ୟରେ ଅତି ଆନନ୍ଦ ଉଲ୍ଲାସ ରେ ମହାସମାରୋହ ରେ ସମାପନ ହୋଇଯାଇଛି l ଦୀର୍ଘ 36 ବର୍ଷ ର ପୁରାତନ ଛାତ୍ର ଛାତ୍ରୀ ପ୍ରାୟ 35 ଜଣ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ପୁରାତନ ସ୍ମୃତି କୁ ସାଉଁଟି ପରସ୍ପରସହିତ ଉତ୍ତମସମ୍ପର୍କ ସ୍ଥାପନ ର ପୁନରାବୃତ୍ତି କରିଥିଲେ l ପ୍ରକାଶଥାଉକି ଗତ କରୋନା କଟକଣା ଚାଲିଥିବା ସମୟରେ ମୃତ୍ୟୁ ହୋଇଥିବା ପୁରାତନ ଛାତ୍ର ତଥା କବି ଦୁତି କୃଷ୍ଣ ଚୌଧୁରୀ ଙ୍କ ଅମର ଆତ୍ମା ର ସଦଗତି କାମନା ସକାଶେ 2 ମିନିଟ ନିରବ ପାର୍ଥନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ର ସଂଯୋଜକ ସନ୍ତୋଷ କୁମାର ଜେନା ସରକାରୀ ଓକିଲ ଦିବାକର ନାୟକ ଏବଂ ପ୍ରାଧ୍ୟାପକ ଅରୁଣ କୁମାର ଲେଙ୍କା ଙ୍କୁ ବନ୍ଧୁମିଳନ କାର୍ଯ୍ୟକ୍ରମ ର ଦାୟିତ୍ୱ ଅର୍ପଣ କରିଥିଲେ l 2015 ମସିହାରେ ଏହି ପୁରାତନ ସଂଘ ର ପ୍ରତିଷ୍ଠା ହୋଇଥିବା ବେଳେ 2016 ମସିହାରେ ଛତ୍ରପୁର ଡାମ୍ପରା ହ୍ରଦ ଠାରେ ଏକ ପରିଚାଳନା କମିଟି ଗଠନ କରାଯାଇ ପ୍ରାଧ୍ୟାପକ ଅରୁଣ ଲେଙ୍କା ଙ୍କୁ ସଭାପତି ଓ ରଞ୍ଜନ କୁମାର ତ୍ରିପାଠୀ ଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଥିଲା l ସେହି ଦିନ ଠାରୁ ନୁଆଁବର୍ଷ ଉପଲକ୍ଷେ ପ୍ରତିବର୍ଷ ଜାନୁଆରୀ ମାସ ରେ ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯାଏ l ଚଳିତ ବର୍ଷ ର ଏହି କାର୍ଯ୍ୟକ୍ରମ ର ପରିଚାଳନା ଦାୟିତ୍ୱ ରେ ଥିବା ସାମ୍ବାଦିକ ବାଳକୃଷ୍ଣ ପଟ୍ଟନାୟକ ଙ୍କୁ ମାନପାତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ଶେଷରେ ସନ୍ତୋଷ କୁମାର ଜେନା ଧନ୍ୟବାଦ ଦେଇଥିଲେ l


