ମାଟ୍ରିକ ପରୀକ୍ଷା ଫି’ ଛାଡ଼ ନିଷ୍ପତିକୁ ସ୍ୱାଗତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଚଳିତ ବର୍ଷ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଫି ‘ ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସକାଶେ ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳର ବିଭିନ୍ନ ସାମାଜିକ ସଂଗଠନ, ବିଦ୍ୟାର୍ଥୀ ଓ ଛାତ୍ରନେତା ମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ଠାରୁ ପରୀକ୍ଷା ଫି’ ବାବଦକୁ ୪୨୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ସମ୍ପୁର୍ଣ୍ଣ ଫି’ ଛାଡ଼ କରାଯିବା ପରେ ଶିକ୍ଷାର୍ଥୀ ଓ ଅଭିଭାବକ ମହଲରେ ଖୁସିର ଲହରି ଖେଳିଯାଇଛି । ପ୍ରକାଶ ଥାଉକି, ଗତ ମାର୍ଚ୍ଚ ୨୦୨୦ରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣସାରା ଦେଶରେ କାୟା ବିସ୍ତାର କରିବା ପରେ ଏହାକୁ ପ୍ରତିହିତ କରିବା ସକାଶେ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଦୀର୍ଘ ମାସ ଧରି ଲକଡ଼ାଉନ, ସଟଡ଼ାଉଡନ ଘୋଷଣା କରାଯାଇଥିବାରୁ ବହୁ ଲୋକ ନିଜର ଜୀବିକା ହରାଇ ବସିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ